ହେଡଲାଇନସ୍:

ମିଠା ଦୋକାନୀଙ୍କୁ ୭୨ ଲକ୍ଷ ଜିଏସଟି ନୋଟିସ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭଦ୍ରକ ବ୍ଲକ(ସୀତାକାନ୍ତ ପାଢ଼ୀ):-ସାଇବର କ୍ରାଇମ ର ନୂଆ ଚିତ୍ର | ଗରିବ ଖଟିଖିଆ ମିଠା ଜଳଖିଆ ଦୋକାନୀ ଙ୍କୁ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିକ୍ରୀକର ବିଭାଗ ପକ୍ଷରୁ ୭୨ ଲକ୍ଷ ଟଙ୍କାର ଜିଏସଟି ଫାଙ୍କିବା ନୋଟିସ ଜାରି.ଏଭଳି ଠକେଇ ର ଶିକାର ହୋଇଛନ୍ତି ଧାମନଗର ବ୍ଲକ କୋଠାର ଗ୍ରାମର ଅଭିଜିତ ପୁଣ୍ଟିଆ | ସୂଚନା ଅନୁଯାଇ କୋଠାର ଛକ ନିକଟରେ ମା ମଙ୍ଗଳା ସୁଇଟ ଷ୍ଟୋଲ ନାଁରେ ରହିଛି ଅଭିଜିତ ଙ୍କ ଦୋକାନ | କିଛି ଦିନ ପୂର୍ବେ ଅଭିଜିତ ଙ୍କ ଆକାଉଣ୍ଟ ଥିବା ଅଶୁରାଳୀ ୟୁକୋ ବ୍ୟାଙ୍କ କୁ ଆନ୍ଧ୍ରପ୍ରଦେଶ ବିକ୍ରୀକର ବିଭାଗ ପକ୍ଷରୁ ଏକ ଚିଠି ଆସିଥିଲା. ସେଥିରେ ଉଲ୍ଲେଖ ରହିଛି ଅଭିଜିତ ଟ୍ରେଡ଼ର୍ସ ଓ ପ୍ରିୟା ଆଣ୍ଡ କୋ ନାଁରେ ଦୁଇଟି ବ୍ୟବସାୟିକ ପ୍ରତିଷ୍ଠାନ ଗୁଣ୍ଟୁର ରାମକୃଷ୍ଣ ନଗର ରେ ଖୋଲା ଯାଇଛି | ଏହି ଦୁଇ ପ୍ରତିଷ୍ଠାନ ଜିଏସଟି ବାବଦ ରେ 72 ଲକ୍ଷ 19 ହଜାର 627 ଟଙ୍କା ପଇଠ କରି ନାହାନ୍ତି | ସେହିପରି ଏହି ଦୁଇ ବ୍ୟବସାୟ ସଂସ୍ଥାରେ ଅଭିଜିତ ଙ୍କ ଆଧାର ଓ ପାନକାର୍ଡ ସହ ଅନ୍ୟାନ୍ୟ ଆନୁସଙ୍ଗିକ କାଗଜପତ୍ର ବ୍ୟବହାର କରାଯାଇ ଜିଏସଟି ନମ୍ବର ପ୍ରସ୍ତୁତି ହୋଇଛି | ଏହି ଚିଠି ସହ ତାଙ୍କ ଆକାଉଣ୍ଟ ମଧ୍ୟ ସିଜ କରା ଯାଇଛି | ଏହି ଘଟଣା ଜାଣିବା ପରେ ଅଭିଜିତ ଙ୍କ ବୁଦ୍ଧି ହଜିଯାଇଛି | କିଏ କାହିଁକି ତାଙ୍କ ଆଧାର ପାନ ଦେଇ ଏତେବଡ଼ ଚଞ୍ଚକତା କରିବା ସହ ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଫାଙ୍କି ଅଭିଜିତ ଙ୍କ ମୁଣ୍ଡରେ ଅଠା ବୋଳିଛି ତାକୁ ନେଇ ଉଠିଛି ପ୍ରଶ୍ନ | ଏଭଳି ଘଟଣାର ତଦନ୍ତ ହେବା ପରେ କିଏ ଏଭଳି ସାଇବର କ୍ରାଇମ ଘଟାଇଛି ତାହାର ସତ୍ୟତା ସାମ୍ନା କୁ ଆସିବ ବୋଲି କୁହା ଯାଉଛି | ତେବେ ଏହି ଘଟଣା ର ଯାଞ୍ଚ କରିବା ସହ ଦୋଷୀଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ କରିବାକୁ ଧୂଷୁରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅଭିଜିତ |

0
0
0
s2sdefault