ହେଡଲାଇନସ୍:

ନିଷ୍ଠା ପରିବାର ତରଫରୁ ଗାଇସିମା ଶିବ ମନ୍ଦିର ରେ ରକ୍ତ ଦାନ ଶିବିର : ୫୨ୟୁନିଟ୍ ରକ୍ତ ସଂଗୃହୀତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ଶ୍ରାବଣ ର ଶେଷ ସୋମବାର ଅବସରରେ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ନିଷ୍ଠା ପରିବାର ଆନୁକଲ୍ୟରେ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ୱର ପୀଠ, ଗାଇସିମା ଧାମ ମନ୍ଦିର ପରିସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିର କୁ ଡାକ୍ତର ଅଜିତ ଦର୍ଜି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଉଦ୍ଘାଟନ କରିଥିଲେ । ଏହି ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲାବ। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ନିଷ୍ଠା ପରିବାର ର ସଦସ୍ୟ ମାନେ ରକ୍ତ ଦାନ ର ଉପକାରିତା ସମ୍ପର୍କରେ ଅବଗତ କରାଇବା ପରେ ଶ୍ରଦ୍ଧାଳୁ ମାନେ ସ୍ୱ ଇଛା ଶ୍ରଦ୍ଧା ପୂର୍ବକ ରକ୍ତଦାନ କରିଥିଲେ । ଏହି ଶିବିରରୁ ଗୋଟିଏ ପରିବାର ରୁ ସମସ୍ତେ, ଏକ ରକ୍ତ ଦାତା ଦମ୍ପତ୍ତି, ଦୁଇ ଜଣ ଭଉଣୀ ଙ୍କ ସମେତ ଅନେକ ରକ୍ତ ଦାତା ରକ୍ତ ଦାନ କରିଥିଲେ । ନିଷ୍ଠା ର ସଭାପତି ରକ୍ଷପାଲ ସାହୁ, ସଂପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଙ୍କ ସମେତ ସମସ୍ତ ସଦସ୍ୟ ଏହି ଶିବିରକୁ ପରିଚାଳନା କରିଥିଲେ ।

0
0
0
s2sdefault