ହେଡଲାଇନସ୍:

ଝାମୀ ଗ୍ରାମରେ ମ୍ୟାଲେରିଆ ଏବଂ ଡେଙ୍ଗୁ ସଚେତନତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ପ୍ରଗତି" ମହିଳା ସଂଗଠନ ପାରଳାଖେମୁଣ୍ଡି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅକୁଣ୍ଠ ସହଯୋଗରେ ମ୍ୟାଲେରିଆ ଏବଂ ଡେଙ୍ଗୁ ସଚେତନା ରାଲି କାର୍ଯ୍ୟକ୍ରମ ଗୁମ୍ମା ବ୍ଳକ ଝାମୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପଣ୍ଡିତ ନରସିଂହ ଗୌଡ଼ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ରାଲୀ ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ବରିଷ୍ଟ ସାମ୍ବାଦିକ ତଥା ସମାଜସେବୀ ଭାଗବତ ପାଢ଼ୀ , ସମ୍ପାଦିକା ତନୁଜା ଶତପଥୀ , ଅନୁଷ୍ଠାନର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା , ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ନେତ୍ରାନନ୍ଦ ଶତପଥୀ , ଏ ଏନ୍ ଏମ୍ କୌଶଲ୍ୟା ସାମଲ ଯୋଗଦାନ କରି ଡେଙ୍ଗୁର ପ୍ରାଦୁର୍ଭାବ ଏବଂ ମ୍ୟାଲେରିଆ ନିରାକରଣ କିଭଳି କରାଯିବ ବୁଝାଇ ଥିଲେ।
ରାଲି ସମୟରେ ମାକ୍ସ ବଣ୍ଟନ , ହାତକୁ ସେନିଟାଇଜ କରିବା , ସାମାଜିକ ଦୂରତା ରକ୍ଷା କରିବା ସମ୍ପର୍କରେ କହିବା ସହ ମେଗା ଲୁଡୁସ୍ପିକର ପ୍ରଭୃତି ବ୍ୟବହାର କରାଯାଇଥିଲା।

0
0
0
s2sdefault