ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକର ବାରତୁଣ୍ଡା ଗ୍ରାମପଞ୍ଚାୟତ ଅଫିସ କୁ ଆଜି ସ୍ଥାନୀୟ ଆଞ୍ଚଳିକ କୃଷକ ମହାସଂଘ ତରଫରୁ ଆଜି ତାଲା ପକେଇ ଦିଆଯାଇଛି । କୃଷକ ମହାସଂଘ ର ଅଭିଯୋଗ ଅନୁସାରେ ବିଗତ ପାଞ୍ଚ ବର୍ଷ ହେଲା ପଞ୍ଚାୟତ ରେ କାମ କରୁଥିବା ସରପଞ୍ଚ ଓ ଅଧିକାରୀ ମାନେ ଅନେକ ପ୍ରକାର ଦୁର୍ନୀତି କରୁଛନ୍ତି । ଯାହାର କି ସ୍ପଷ୍ଟ ଓ ଜ୍ୱଳନ୍ତ ପ୍ରମାଣ ହେଲା ବିଗତ ଦିନରେ ମନରେଗା ଯୋଜନାରେ ହୋଇଥିବା ବନ୍ଧ କାମ ଓ କେନାଲ କାମ । ରାଜ୍ୟ ସରକାର ଚାଷୀ ମାନଙ୍କର ଆର୍ଥିକ ଅବସ୍ଥାକୁ ସୁଦୃଢ଼ କରିବା ପାଇଁ ଓ ମରୁଡି ପୀଡିତ କ୍ଷେତକୁ ଜଳ ଯୋଗେଇବା ପାଇଁ ଅନେକ ଯୋଜନା କରୁଛନ୍ତି । ଏହିକ୍ରମରେ ବିଗତ ଦିନରେ ମନରେଗା ଯୋଜନାରେ ଚାଷୀଙ୍କ ଜମିକୁ ପାଣି ଯୋଗେଇ ଦେବାପାଇଁ ଏକ କେନାଲ କାମ ହୋଇଥିଲା ମାତ୍ର କେନାଲ କାମରେ ହୋଇଥିବା ଦୁର୍ନୀତି ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଓ କିଛି ସଚେତନ ଚାଷୀ ମାନଙ୍କର ନଜର କୁ ଅସିବା ପରେ ଏହାର ବିରୋଧ ଆରମ୍ଭ ହୋଇଥିଲା । ଏହିକ୍ରମରେ ବିଗତ କିଛି ଦିନ ତଳେ କୃଷକ ମହାସଂଘ ତରଫରୁ ପଞ୍ଚାୟତ ରେ ହୋଇଥିବା ଦୁର୍ନୀତି ର ସଠିକ ତଦନ୍ତ ସହିତ ଦୋଷୀ ଅଧିକାରୀ ଓ ଅନ୍ୟାନ୍ୟ ଦୋଷୀ ବ୍ୟକ୍ତି ମାନଙ୍କର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ଦାବିପତ୍ର ପ୍ରଶାସନ କୁ ପ୍ରଦାନ କରାଯାଇଥିଲା । ଦୀର୍ଘ ଦିନ ବିତିଯିବା ସତ୍ତ୍ୱେ କୋଣସି କାର୍ଯନୁଷ୍ଠାନ ନ ହେବାରୁ ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯକ୍ରମ ଅନୁସାରେ ଚାଷୀ ମାନେ ପଞ୍ଚାୟତ ଅଫିସ ରେ ତାଲା ପକାଇ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ ।
ଜିଲ୍ଲା ମନରେଗା ତଦାରଖ କମିଟିର କର୍ମକର୍ତ୍ତା , ସ୍ଥାନୀୟ APO ଓ GRS ଘଟଣା ସ୍ଥଳକୁ ପହଂଛି ଆନ୍ଦୋଳନ ରତ ଚାଷୀ ମାନଙ୍କର ସହିତ ଆଲୋଚନା କରିଥିଲେ । ହେଲେ କୋଣସି ସମାଧାନ ନ ବହାରିବାରୁ ଆଲୋଚନା ଅସଫଳ ହୋଇଥିଲା । ସମସ୍ୟା ବାବଦରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଙ୍କର ସହିତ ଆଲୋଚନା କରାଯିବ ବୋଲି ଅଧିକାରୀ ମାନେ ଚାଷୀ ମାନଙ୍କୁ କହିଥିଲେ । ତେବେ ଯେତେଦିନ ପର୍ଯନ୍ତ ଦୁର୍ନୀତି ର ତଦନ୍ତ ନ ହୋଇଛି ଓ ତଦନ୍ତ ପରେ ଦୋଷୀ ମାନଙ୍କର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେତେଦିନ ପର୍ଯନ୍ତ ପଂଚାୟତ ଅଫିସ ରେ ତାଲା ବନ୍ଦ ରହିବ ଓ ଚାଷୀ ମାନେ ଧାରଣା ଦେବେ ବୋଲି ଆଜି କୃଷକ ମହାସଂଘ ଦ୍ୱାରା ହୋଇଥିବା ନିଷ୍ପତ୍ତି କୁ ପ୍ରଶାସନକୁ ଜଣାଇ ଦିଆଯାଇଛି ବୋଲି ମହାସଂଘ ର କର୍ମକର୍ତ୍ତା ମାନେ କହିଛନ୍ତି ।
ରାଜ୍ୟ
ବରତୁଣ୍ଡା ପଞ୍ଚାୟତ ରେ ତାଲା ପକାଇଲେ ଚାଷୀ:ମନରେଗା କାମରେ ମାତ୍ରାଧିକ ଦୁର୍ନୀତି ଅଭିଯୋଗ
- Hits: 986








