ନୂଆଦିଲ୍ଲୀ : ରାଜନୀତି ଛାଡିବାକୁ ନିଷ୍ପତ୍ତି ଘୋଷଣା କରିବା ସହ ସଂସଦୀୟ ଆସନ ଛାଡ଼ିବେ ବୋଲି କହିବାର ଦିନକ ପରେ ନିଜ ମତକୁ ବଦଳାଇଛନ୍ତି ଜଣାଶୁଣା କଣ୍ଠଶିଳ୍ପୀ ତଥା କେନ୍ଦ୍ର ମନ୍ତ୍ରୀ ପରିଷଦରୁ ନିକଟରେ ଅବ୍ୟାହତି ପାଇଥିବା ବାବୁଲ ସୁପ୍ରିୟୋ ଆଜି ତାଙ୍କ କଥାକୁ ବଦଳାଇଛନ୍ତି | ଆଜି କହିଛନ୍ତି ଯେ ରାଜନୀତିରେ ସକ୍ରିୟ ନରହି ସେ ତାଙ୍କ ସାମ୍ବିଧାନିକ ଉତ୍ତରଦାୟିତ୍ୱ ତୁଲାଇବେ | ସେ କହିଛନ୍ତି ଯେ ଲୋକସଭା ଆସନରୁ ସେ ଇସ୍ତଫା ଦେବେ ନାହିଁ | ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ଠାରୁ ଡାକରା ପାଇଁ ଆଜି ନୂଆଦିଲ୍ଲୀ ଠାରେ ତାଙ୍କୁ ସାକ୍ଷାତ କରିବା ପରେ ଶ୍ରୀ ସୁପ୍ରିଓଙ୍କ ତାଙ୍କ ମତ ଓ ମନ ବଦଳାଇଥିବା ଜଣାପଡିଛି |









