ହେଡଲାଇନସ୍:

ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଅଭିନନ୍ଦନ ସହ ଶୁଭକାମନା ଜଣାଇଲେ କ୍ରୀଡ଼ାମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଟୋକିଓ ଅଲିମ୍ପିକରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଦୀର୍ଘ ବର୍ଷ ପରେ ସେମିଫାଇନାଲରେ  ପ୍ରବେଶ କରିଥିବାରୁ କ୍ରୀଡ଼ା ଓ ଯୁବସେବା ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଉଭୟ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତିା 

ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ନିଜର ଦକ୍ଷତା ଓ ପରାକାଷ୍ଠା ପ୍ରଦର୍ଶନ କରି ସେମି ଫାଇନାଲରେ  ପ୍ରବେଶ କରିଥିବାରୁ ଦୀର୍ଘବର୍ଷ ପରେ ପୁଣି ଅଲିମ୍ପିକସ୍ ପଦକ ହାସଲ ଆଶା ଉଜ୍ଜୀବିତ ହୋଇଛିା ଗତକାଲି ଭାରତୀୟ ପୁରୁଷ ଦଳ ଗ୍ରେଟ୍  ବ୍ରିଟେନକୁ  ୩-୧ରେ ପରାସ୍ତ କରି ସେମିଫାଇନାଲକୁ ପ୍ରବେଶ କରିଥିବାବେଳେ ଆଜି ଭାରତୀୟ ମହିଳା ହକି ଦଳ ଅଷ୍ଟ୍ରେଲିଆକୁ ୧-୦ରେ ପରାସ୍ତ କରି ସେମିରେ ପ୍ରବେଶ କରିବା ଉଭୟ ଭାରତ ଏବଂ ଓଡ଼ିଶା ପାଇଁ ଗର୍ବର ବିଷୟା 

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ହକି ପ୍ରତି ଭଲପାଇବା ଯୋଗୁଁ ୨୦୧୮ ପରଠାରୁ ରାଜ୍ୟ ସରକାର ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହି ଆସିଛନ୍ତିା କେବଳ ସେତିକି ନୁହେଁ ଆମ ଓଡ଼ିଆ ପୁରୁଷ ଓ ମହିଳା ଖେଳାଳୀ ଭାରତୀୟ ଦଳରେ ସାମିଲ ହୋଇ ଓଡ଼ିଆ ଜାତିକୁ ସମଗ୍ର ବିଶ୍ୱରେ ଗର୍ବିତ କରିଛନ୍ତିା ଦୀର୍ଘ ଦଶନ୍ଧି ଧରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ପ୍ରତି ପ୍ରତିବଦ୍ଧତା, ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ଏବଂ ହକି ଭିତ୍ତିଭୂମି ସୁଦୃଢ଼ୀକରଣ ଆଦି ଏହି ସଫଳତା ଆଣିବାରେ ସହାୟକ ହୋଇପାରିଛିା ଓଡ଼ିଶା ୨୦୧୮ରେ ହକି ଦଳ ବିଶ୍ୱକପ ଆୟୋଜନ କରିଥିବାବେଳେ ୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଛିା ତୃଣମୂଳସ୍ତରରୁ ଖେଳାଳୀ ଚୟନ ସହ ଅନ୍ତର୍ଜାତୀୟ ସ୍ତରର କୋଚ୍ମାନଙ୍କୁ ନେଇ ଯେଉଁ ତାଲିମ କାର୍ଯ୍ୟକ୍ରମ ଚାଲୁରହିଛି ସେସବୁର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳୁଛିା ଭାରତୀୟ ହକି ଦଳ ପ୍ରତି ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ଭଲପାଇବା ଦଳ ପାଇଁ ପଦକ ଆଣିବାରେ ସହାୟକ ହେଉ ବୋଲି ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ପ୍ରକାଶ କରିଛନ୍ତିା 

 

0
0
0
s2sdefault