ହେଡଲାଇନସ୍:

ମଧ୍ୟ ନିର୍ବାଚନ ମଣ୍ଡଳୀରେ ଡେଙ୍ଗୁ ସଚେତନତା ସହ ମଶାତେଲ ଓ ବ୍ଲିଚିଙ୍ଗ୍ ପକାଇଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବରରୁ ଚକ୍ରଧର ମାଝି : ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ମଧ୍ୟ ନିର୍ବାଚନ ମଣ୍ଡଳୀର ୟୁନିଟ-୨ ପଟେଲ ବସ୍ତି, ଅଶୋକ ନଗର ଫଳ ଗୋଦାମ, ଫାଳିକିଆ ବଜାର ଓ କଳ୍ପନା ଛକ କଦଳୀ ଗୋଦାମ ଅଂଚଳର ଅପରିସ୍କୃତ ସ୍ଥାନରେ ମଶାତେଲ ଓ ବ୍ଲିଚିଙ୍ଗ୍ ପାଉଡର ପକାଯାଇ ଲୋକଙ୍କୁ ଡେଙ୍ଗୁ ବିଷୟରେ ସଚେତନା କରାଯାଇଛି । 

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ କହିଛନ୍ତି ରାଜ୍ୟ ସରକାର ଓ ଭୁବନେଶ୍ୱର ମହାନଗର ନିଗମର ଖାମଖିଆଲି ମନୋଭାବ ଏବଂ ଅପାରଗତା ଯୋଗୁଁ ଭୁବନେଶ୍ୱରରେ ଶହଶହ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହେବା ସହ ଡେଙ୍ଗୁରେ ମୃତ୍ୟୁ ଘଟିଛି । ବର୍ତମାନ ଭୁବନେଶ୍ୱର ଜନସାଧାରଣ କରୋନା ମହାମାରୀରେ ବ୍ୟଥିତ ଥିଲା ବେଳେ ଡେଙ୍ଗୁ ମହାମାରୀର ଭୟାବହତା ଲୋକଙ୍କୁ ବ୍ୟତିବ୍ୟସ୍ତ କରିପକାଇଛି । ପୂର୍ବରୁ ଆମେ ବିଏମସି କମିଶନରଙ୍କୁ  ପାଣିଜମିଥିବା ଅପରିସ୍କୃତ ସ୍ଥାନରେ ମଶାତେଲ, ଧୂଆଁ ପ୍ରୟୋଗ ଏବଂ ସଫେଇ ବ୍ୟବସ୍ଥା କରିବାପାଇଁ ଦାବିପତ୍ର ଦେବା ସ୍ୱତେ ବିଏମସି ଏହାକୁ କର୍ଣ୍ଣପାତ କଲା ନାହିଁ । ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଆଖିଆଗରେ ରଖି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଆଜି ଏହି କାର୍ଯ୍ୟକ୍ରମକୁ ହାତକୁ ନେଇ ଲୋକଙ୍କୁ ସଚେତନ କରାଇବା ସହ ଚିହ୍ନିତ ଅପରିସ୍କୃତ ଅଂଚଳରେ ମଶାତେଲ ଓ ବ୍ଲିଚିଙ୍ଗ ପ୍ରୟୋଗ କରିଛି । ଆଗାମୀ ଦିନରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଚିହ୍ନିତ ସ୍ଥାନମାନଙ୍କରେ ଅନୁରୂପ ଭାବେ କାର୍ଯ୍ୟକ୍ରମ ଯାରିରଖିବ । 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ମନୋରଞ୍ଜନ ଦାଶ, ମୋହନ ଜେନା, ସୁବ୍ରତ ମହାପାତ୍ର,ଦୀପକ ମହାପାତ୍ର, ଦେବରାଜ ମିଶ୍ର, ଅଶୋକ ଦାସ, ଜୟକୃଷ୍ଣ ସୁବୁଦ୍ଧି,ସୁଶାନ୍ତ ତ୍ରିପାଠୀ, ମିହିର ଆଚାର୍ଯ୍ୟ, ଇନ୍ଦ୍ରଜିତ ପରିଡ଼ା, ସେକ୍ ଆବତାବ ଅଲ୍ଲି, ଶ୍ରୀଧର ବଳିଆରସିଂ, ଅକ୍ଷୟ ଦାସ, ସଂଜିବ ମହାନ୍ତି, ଶ୍ରିୟା ପଣ୍ଡା, କୁସୁମ ପ୍ରଧାନ, ସିପ୍ରା ସେନାପତି, ରଜନୀ ମହାନ୍ତି, ଏମଡି ଶାହାଦୁଲ୍ଲା, ଶେକ ତାକୱିମ, ନିୟାଜୁଲ ଇସଲାମ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault