ହେଡଲାଇନସ୍:

ଖୋଲିଲା କୋଣାର୍କ; ଦୈନିକ ୨ ହଜାର ପର୍ଯ୍ୟଟକଙ୍କୁ ଅନୁମତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ/ଅନିମେଶ ପଟ୍ଟନାୟକ: ଦିର୍ଘ ଦିନ ପରେ ସୋମବାର ଖୋଲିଛି କୋଣାର୍କ ସୂର୍ଯ୍ୟ ମନ୍ଦିର । ସରକାରଙ୍କ କୋଭିଡ ନିୟମ ସହ ପ୍ରତ୍ୟେକ ପର୍ଯ୍ୟଟକ କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ କରିପାରିବେ । ପ୍ରତ୍ୟେକ ଦିନ ୨ ହଜାର ପର୍ଯ୍ୟଟକଙ୍କୁ ଦର୍ଶନର ଅନୁମତି ଦେଇଛନ୍ତି ଜିଳ୍ଲାପାଳ । 

ଅନ୍ୟପଟେ ବ୍ୟବସାୟୀ, ଫଟୋଗ୍ରାଫର, ଗାଇଡ ଓ ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ଜିଲ୍ଲାପାଳ ଅନୁମତି ଦେଇ ନଥିବା ଜଣାପଡିଛି । କରୋନା ଯୋଗୁଁ ଗତ ଏପ୍ରିଲ ୧୬ ତାରିଖରୁ ବନ୍ଦ ଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ବର୍ତ୍ତମାନ କୋଭିଡ ମହାମାରୀ ସମ୍ପୂର୍ଣ୍ଣ ହଟିନଥିବା ବେଳେ ସଂକ୍ରମଣର ହାର କମିଥିବାରୁ ପର୍ଯ୍ୟଟକଙ୍କୁ କୋଣାର୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଛି ।

0
0
0
s2sdefault