ହେଡଲାଇନସ୍:

ଆଡ଼ମିଶନ ଫିି ଛାଡ ଓ ମେଡିକାଲ କଲେଜରେ ୨୨.୫ ପ୍ରତିଶତ ସିଟ ସଂରକ୍ଷଣ ପାଇଁ ଜିଲ୍ଲା ଆଦିବାସୀ ସଂଘର ଦାବି  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୩୦ ହଜାର ରୁ ଅଧିକ ଆଦିବାସୀ ଛାତ୍ର ଛାତ୍ରୀ ଙ୍କୁ ସଂପୂର୍ଣ୍ଣ ନିଃଶୁଳ୍କ ଓ ସଂପୂର୍ଣ୍ଣ ଆବାସିକ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବାରୁ କିସ, କିଟ୍ ରେ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଙ୍କୁ ବୈଠକରେ କୃତଜ୍ଞତା ଜ୍ଞାପନ

ଟିଟିଲାଗଡ, ( ଗୌରବ ଦର୍ଜୀ)-ସ୍ଥାନୀୟ ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର କାର୍ଯ୍ୟକାରିଣୀ ବୈଠକ ସଂଘ ର ବ୍ଲକ ସଭାପତି ପଦ୍ମନ୍ ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ବୈଠକ ରେ ଆଦିବାସୀ ଛାତ୍ର ଛାତ୍ରୀ ମାନଂକ +୨ ରୁ  ଉର୍ଦ୍ଧ ଉଚ୍ଚ ଶିକ୍ଷା କ୍ଷେତ୍ର ରେ ଆଡ଼ମିଶନ ଫି ସଂପୂର୍ଣ୍ଣ ଛାଡ କରିବା ଏବଂ ମେଡିକାଲ କଲେଜ ରେ ଓଡ଼ିଶା ସଂରକ୍ଷଣ ଆଇନ ୧୯୭୫ ଅନୁସାରେ ଆଦିବାସୀ ଛାତ୍ର ଛାତ୍ରୀ ମାନଂକ ସକାଶେ ଶତକଡା ୨୨.୫୦ ପ୍ରତିଶତ ସିଟ ସଂରକ୍ଷଣ କରିବାକୁ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ଗୃହୀତ ହୋଇଥିଲା।

 କିସ ଆଦିବାସୀ ବିଶ୍ଵ ବିଦ୍ୟାଳୟ ରେ ପ୍ରଥମ ରୁ ପୋଷ୍ଟ ଗ୍ରଜୁଏଟ ପର୍ଯ୍ୟନ୍ତ ୩୦ ହଜାର ରୁ ଅଧିକ ଆଦିବାସୀ ଛାତ୍ର ଛାତ୍ରୀ ଙ୍କୁ ସଂପୂର୍ଣ୍ଣ ନିଃଶୁଳ୍କ ଓ ସଂପୂର୍ଣ୍ଣ ଆବାସିକ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବାରୁ କିସ, କିଟ୍ ରେ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଙ୍କୁ ବୈଠକରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଚଳିତ ଶିକ୍ଷା ବର୍ଷ ରେ ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କିସ ର ଛାତ୍ର ଛାତ୍ରୀ ମାନଙ୍କୁ କଳିଙ୍ଗ ଟିଭି ମାଧ୍ୟମରେ ଶିକ୍ଷା ପ୍ରଦାନ ସହିତ ଅନଲାଇନ୍ ଲାଇଭ କ୍ଲାସ ବ୍ୟବସ୍ଥା କରି ଅତ୍ୟାଧୁନିକ ଟେକ୍ନିକାଲ ଜ୍ଞାନକୌଶଳ ମାଧ୍ୟମରେ ମାଗଣା ଉଚ୍ଚ ଶିକ୍ଷା ପ୍ରଦାନ କରୁଥିବାରୁ କିସ କର୍ତ୍ତୃପକ୍ଷ ଙ୍କ ମହାନ୍ ଅବଦାନ କୁ ଆଦିବାସୀ ମାନେ ପ୍ରଶଂସା କରିଥିଲେ। ଏବଂ ବିଶ୍ବ ମହାମାରୀ ରେ ସାରା ଦୁନିଆ ଲକ୍ ଡାଉନ୍ ଥିବା ବେଳେ , ସ୍କୁଲ କଲେଜ ବନ୍ଦ ଥିବା ବେଳେ କିଭଳି କିସ ର ଛାତ୍ର ଛାତ୍ରୀ ମାନେ ଅନଲାଇନ୍ ଏବଂ କଳିଙ୍ଗ ଟିଭି ମାଧ୍ୟମରେ ଶିକ୍ଷା ଗ୍ରହଣ କରି ଲାଭବାନ ହୋଇପାରିବେ ସେଥିପ୍ରତି ସଚେତନ କରାଯାଇଥିଲା। ଉକ୍ତ ବୈଠକ ରେ ଜିଲ୍ଲା ସାଧାରଣ ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ନଗର ସଭାପତି ନିତ୍ୟାନନ୍ଦ ମାଝୀ, ବ୍ଲକ ସମ୍ପାଦକ ଘାସିରାମ ମାଝୀ, ରାଜୀବ କୁଅଁର, ଥବିର ପୁଝାରୀ, ସୁନିଲ କୁମାର ମାଝୀ, ପ୍ରଫୁଲ୍ଲ ପ୍ରଧାନୀ, ଜଗନ୍ନାଥ ମାଝୀ, ଦେବା ସିଂ ମାଝୀ ପ୍ରମୁଖ ଙ୍କ ସହ କିସ ଅଭିଭାବକ ଓ ସଂଘ ର କର୍ମକର୍ତ୍ତା ଉପସ୍ଥିତ ଥିଲେ।

0
0
0
s2sdefault