ହେଡଲାଇନସ୍:

କଳା ବ୍ୟାଜ ପିନ୍ଧି ପଦ୍ମପୁର ଡାକ୍ତରଖାନାର ଟେକନିସିଆନଙ୍କ ପ୍ରତିବାଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ରାଜ୍ୟ ଟେକ୍‌ନିସିଆନମାନଙ୍କ ବିଭିନ୍ନ ଦାବିକୁ କର୍ଣ୍ଣପାତ କରୁ ନଥିବାରୁ ଓଡ଼ିଶା ମେଡିକାଲ ଟେକ୍‌ନିସିଆନ ସଂଘ ପ୍ରସ୍ତାବ କ୍ରମେ କଳାବ୍ୟାଜ ପିନ୍ଧି ପ୍ରତିବାଦ କରୁଛନ୍ତି। ସରକାରଙ୍କଠାରେ ସଂଘ ପକ୍ଷରୁ ବିଭିନ୍ନ ଦାବି ରଖାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳି ନଥିଲା ତଥାପି ଟେକ୍‌ନିସିଆନମାନେ ରୋଗୀଙ୍କ ସେବାରେ ଅସୁବିଧା ସୃଷ୍ଟି କରି ନ ଥିଲେ । ସରକାର କୋଭିଚ୍‌ ସମୟରେ ରୋଗୀ ସେବାରେ ବ୍ୟାହତ ସୃଷ୍ଟି ନ କରି ଟେକ୍‌ନିସିଆନମାନେ ନିରବ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ସେମାନଙ୍କ ଦାବି ପ୍ରତି ସରକାର ପଦକ୍ଷେପ ନେବାକୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ଟେକ୍‌ନିସିଆନ ଅରୁଣ ପ୍ରସାଦ ଜେନାମଣି, ସଂଗ୍ରାମ କେଶରୀ ମହନ୍ତ, ସୁମିତ ସୁମନ ସିହ୍ନା, ସଞ୍ଜୟ ସାହୁ, ସୁବାଷ ଭୋଇ, ଜ୍ୟୋତି ନନ୍ଦ, ସୁପ୍ରଭା ପଣ୍ଡା ଏକ ଦାବିପତ୍ର ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରିଛନ୍ତି ଏବଂ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରୁଛନ୍ତି ।

0
0
0
s2sdefault