ହେଡଲାଇନସ୍:

ୟୁପିଏସସି ପରୀକ୍ଷାରେ ସର୍ବ ଭାରତୀୟ ସ୍ଥରରେ ସପ୍ତମ ସ୍ଥାନ ରଖିଥିବା ସୁଜିତଙ୍କୁ ଭବ୍ୟ ସମ୍ବର୍ଦ୍ଧନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ସାଲେ ପାଳି ପଞ୍ଚାୟତ ଅନ୍ତର୍ଗତ ଜାମପାଲି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଚୈତନ୍ୟ ପ୍ରଧାନଙ୍କ ସୁପୁତ୍ର ସୁଜିତ ପ୍ରଧାନ ପରିସଂଖ୍ୟାନ ସେବାରେ ସର୍ବଭାରତୀୟ ପରୀକ୍ଷାରେ ସପ୍ତମ ସ୍ଥାନ  ରଖି ଜିଲ୍ଲା  ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଆଜି ସେ ଗାଁ କୁ ଫେରିବା ସମୟରେ ସମାଜସେବୀ ତଥା  ବିଜୁ ଜନତା ଦଳର ଯୁବନେତା ଶ୍ରୀ ସୁବ୍ରତ ସିଂ ତାଙ୍କ ଘରକୁ ଯାଇ ଶୁଭେଚ୍ଛା ଜଣାଇ ଥିଲେ । ଶ୍ରୀ ସୁଜିତ ପ୍ରଧାନ ସଫଳ ଉଦ୍ୟମ ଯୁବ ସମାଜକୁ ନିଶ୍ଚିତ ଭାବରେ କଠୋର ପରିଶ୍ରମ କରିବାକୁ ପ୍ରେରଣା ଦେବ ବୋଲି କହିବା ସହିତ  ତାଙ୍କର ଉଜ୍ବଳ ଭବିଷ୍ୟତର କାମନା କରିଥିଲେ ଶ୍ରୀ ସିଂ । ଏହା ସହିତ ଜିଲ୍ଲା ର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଶ୍ରୀ ପ୍ରଧାନ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

0
0
0
s2sdefault