ହେଡଲାଇନସ୍:

ଓଡିଶା ମୋ ପରିବାର ତରଫରୁ ରକ୍ତ ଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ :- ରକ୍ତ ଅଭାବକୁ ଦୂର କରିବା ପାଇଁ ବିଜୁ ଜନତା ଦଳର ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯକ୍ରମ ମାଧ୍ୟମରେ କ୍ରମାଗତ ଭାବରେ ପ୍ରୟାସ ଜାରି ରଖିଛି । ଆଜି ଓଡିଶା ମୋ ପରିବାର  ଏବଂ ବରଗଡ ଯୁବ ଛାତ୍ର ଜନତା ଦଳ ଅନୁକୁଲ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଏକ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା । ଏହି ଶିବିର କୁ  ବରଗଡ ନିର୍ବାଚନ ମଣ୍ଡଳୀର ମାନ୍ୟବର  ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟ ଉଦଘାଟନ କରିଥିଲେ । ବିଧାୟକ ଙ୍କର ନେତୃତ୍ୱରେ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବରଗଡ ପିପିଲିପାଲି, ଟିକରାପଡା ବି.ବି.ସି କ୍ଲବରେ ଅନୁଷ୍ଠିତ ହୋଇଥିଲା | ଏହି ଶିବିରରେ ମୁଖ୍ୟ  ଅତିଥି ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ଯ ଙ୍କର ସମେତ ଓଡିଶା ମୋପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରୀ ମିଶ୍ର, ବିଜୁ ଯୁବ ଜନତାଦଳ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ଜୀବନ ବିନ୍ଦୁ ସହ ସଂଯୋଜକ ଅଶ୍ଵିନୀ ତ୍ରିପାଠୀ,ରାଜା ମେହେର ଯୋଗ ଦେଇଥିଲେ |ଏହି ଶିବିରରେ ବରଗଡ ରକ୍ତସଂଗ୍ରହ  ଯାନ ଦ୍ଵାରା ସର୍ବମୋଟ ୩୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିରରେ ବଳିଷ୍ଠ ଦୁର୍ଗା, କୈଲାଶ, ସାଗର,ଗୋପୀ,ସୀତୁନ,ଗୋବିନ୍ଦ,ସୁରେଶ,ଇଙ୍ଗ୍ୟେଶ ,ନାଗେଶ,ସୁରଜ,ବିକି, ଅମିତ ସମେତ ବିଜୁ ଯୁବ ଛାତ୍ର ଜନତା ଦଳ ର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।  ସମସ୍ତ  ରକ୍ତ ଦାତା ,ସହଯୋଗୀ  ଓ ଆୟୋଜକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ବିଧାୟକ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଗଣ ।

0
0
0
s2sdefault