ରାୟଗଡରୁ ସରୋଜ କୁମାର ସାହୁ: କୋଭିଡ ମହାମାରୀରେ କୋଭିଡ ଭୂତାଣୁ ଦ୍ୱାରା ଆକ୍ରାନ୍ତ ରୋଗୀ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ଯାଇ ଆଜି ଆଇସିଆଇସିଆଇ ବ୍ୟାଙ୍କ ଫାଉଣ୍ଡେସନ ତରଫରୁ ରାୟଗଡ ଵ୍ୟାଙ୍କର ଶାଖା ପରିଚାଳକ ଶ୍ରୀ ମନୋଜ କୁମାର ବେହେରାଙ୍କ ଦ୍ୱାରା ୧୩ ଗୋଟି ଅକ୍ସିଜେନ କଂସେନଟ୍ରେଟର ପ୍ରଦାନ କରାଯାଇଛି l ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କୁ ଉକ୍ତ ଅକ୍ସିଜେନ କଂସେନଟ୍ରେଟର ପ୍ରଦାନ କରିଥିଲେ । ଏହି ଅବସରରେ ରାୟଗଡ ଜିଲ୍ଲାପାଳ ଶ୍ରୀ ମିଶ୍ର ଆଇସିଆଇସିଆଇ ବ୍ୟାଙ୍କ ଫାଉଣ୍ଡେସନ ଏହି ଭଳି ମହତ କାର୍ଯ୍ୟ କରିଥିବା ହେତୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଜିଲ୍ଲା ଯେ, କୌଣସି ସଂସ୍ଥା କିମ୍ବା ଯେ, କୌଣସି ବଦାନ୍ୟ ବ୍ୟକ୍ତି ଜିଲ୍ଲାକୁ ଏହି ଭଳି ସହଯୋଗ କରିବାକୁ ଅନୁରୋଧ କରିଥିଲେ । ପ୍ରଦାନ କରାଯାଇଥିବା ଅକ୍ସିଜେନ କଂସେନଟ୍ରେଟରକୁ ଆବଶ୍ୟକ ସ୍ଥଳେ ଜିଲ୍ଲାରେ ଥିବା ଡାକ୍ତରଖାନାକୁ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଵେକା ନନ୍ଦ ଶର୍ମା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ, ଡିପିଏମ ରାଜେଶ କୁମାର ପଟ୍ଟନାୟକ, ଆନ୍ୟlନ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ଆଇସିଆଇସିଆଇ ବ୍ୟାଙ୍କର ସହକାରୀ ପ୍ରବନ୍ଧକ ଶ୍ରୀ ହିମାଂଶୁ ଭୂଷଣ ଦାଶ ଓ ଆନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l
ରାଜ୍ୟ
ଆଇସିଆଇସିଆଇ ଫାଉଣ୍ଡେସନ ଏବଂ ଆଇସିଆଇସିଆଇ ଵ୍ୟାଙ୍କ ତରଫରୁ ୧୩ ଗୋଟି ଅକ୍ସିଜେନ କଂସେନଟ୍ରେଟର ପ୍ରଦାନ l
- Hits: 416








