ଭଦ୍ରକ ବ୍ଲକ (ସୀତାକାନ୍ତ ପାଢ଼ୀ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ରେସିଡେନ୍ସି ପିରିୟଡ଼କୁ 2 ବର୍ଷରୁ ଏକ ବର୍ଷ ଏବଂ ଏକ ବର୍ଷରୁ 6 ମାସ ଘୋଷଣା କରିଥିବାରୁ ପ୍ରାଥମିକ ଶିକ୍ଷକ ମାନଙ୍କର ଅନେକ ଦିନର ଦାବିକୁ ଗୁରୁତ୍ୱ ଦେଇ ନୂଆ ନିୟମ ଜାରି କରିଥିବାରୁ ଶିକ୍ଷକ /ଶିକ୍ଷୟତ୍ରୀ ମହଲରେ ଖୁସିର ଲହରୀ ଖେଳି ଯାଇଛି l ଏହାକୁ ନେଇ ଆଜି ଭଦ୍ରକ ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଏକ ଧନ୍ୟବାଦ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି l ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଂଯୋଜିକା ଚାରୁଲତା ମହାପାତ୍ର, ଜିଲ୍ଲା ସଭାପତି ଭାସ୍କର ଚନ୍ଦ୍ର ପାଢ଼ୀ, ସମ୍ପାଦକ ମନୋରଞ୍ଜନ ନାୟକ, ଉପଦେଷ୍ଟା ବାବୁଲା ରାଉତ, ଭାସ୍କର ନାୟକ ଓ ଗିରିଧାରୀ ଚାନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ l
ରାଜ୍ୟ
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଧନ୍ୟବାଦ ସଭା l
- Hits: 391








