ହେଡଲାଇନସ୍:

ଜିଲ୍ଲାସ୍ତରୀୟ ସହଭାଗିତା ଓ ପରିଚାଳନା “ଦିଶା” ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ରାୟଗଡ(ସରୋଜ ସାହୁ ) ଆଜି ରାୟଗଡ ଜିଲ୍ଲାସ୍ତରୀୟ ସହଭାଗିତା ଓ ପରିଚାଳନା “ଦିଶା” ବୈଠକ ମାନ୍ୟବର ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲ୍ଲାକାଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ   ହୋଇଯାଇଛି । ଉକ୍ତ ବୈଠକରେ ମାନ୍ୟବର ଅନୁସଚିତ ଜାତି, ଜନଜାତି, ପଛୁଆ ଓ ସଂଖ୍ୟା ଲଘୁ କଲ୍ୟାଣ ମନ୍ତ୍ରୀ ଓଡିଶା ସରକାର ଶ୍ରୀ ଜଗନ୍ନାଥ ସାରାକା, ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ଏନ. ଭାସ୍କର ରାଓ, ମାନ୍ୟବର ବିଧାୟକ ରାୟଗଡ ଶ୍ରୀ ମକରନ୍ଦ ମୁଦୁଲି, ମାନ୍ୟବର ବିଧାୟକ ଗୁଣୁପୁର ଶ୍ରୀ ରଘୁନାଥ ଗମାଙ୍ଗ, ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଅଧ୍ୟକ୍ଷ ଜିଲ୍ଲା ପରିଷଦ ରାୟଗଡ ଶ୍ରୀ ଗଙ୍ଗାଧର ପୁଆଲା, ପିଡି, ଡିଆରଡିଏ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ ପ୍ରମୁଖ ଯୋଗଦାନ କରି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଯୋଜନାର କାର୍ଯ୍ୟକାରିତା ଓ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ବିଶେଷ କରି କେନ୍ଦ୍ର ସରକାରଙ୍କ ଅଧିନସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ରେଳ ପ୍ରକଳ୍ପର ଭିତିଭୂମିର ବିକାଶ କ୍ଷେତ୍ରର ଅଗ୍ରଗତି, ଟେଲି ଯୋଗାଯୋଗ, ସାଂସଦ ଆଦର୍ଶ ଗ୍ରାମ, ମନେରେଗା, ଦିନଦୟାଲ ଗ୍ରାମୀଣ କୌଶଳ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା, ଜାତୀୟ ଜୀବିକା ମିଶନ ଆଦି ପ୍ରକଳ୍ପ ଗୁଡିକର ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ତାହାର ଅଗ୍ରଗତି ଉପରେ ଆଲୋଚନା କରିଥିଲେ । ଅସମ୍ପୂର୍ଣ୍ଣ ପ୍ରକଳ୍ପ ଗୁଡିକର ଶୀଘ୍ର କାର୍ଯ୍ୟକରୀ କରିବା ନିମନ୍ତେ ନିର୍ଦେଶ ଦେଇଥିଲେ । ରେଳ ପ୍ରକଳ୍ପର ଭିତିଭୂମି ଉପରେ ଆଲୋଚନାରେ ରେଳ ବିଭାଗର ଡିଆରଏମଙ୍କ ଅନୁପସ୍ଥିତି ଯୋଗୁଁ ବିଶେଷ ଆଲୋଚନା ହୋଇପାରି ନଥିଲା ବେଳେ ପରବର୍ତି ବୈଠକରେ ଏହାକୁ ଆଲୋଚନା କରାଯିବ ବୋଲି ପ୍ରକାଶ କରିଥିଲେ । ରାଜ୍ୟସଭା ସାଂସଦ ଶ୍ରୀ ଏନ. ଭାସ୍କର ରାଓ ଟେଲି ଯୋଗାଯୋଗ ସମସ୍ୟା ଉପରେ ପ୍ରସଙ୍ଗ ଉଠାଇ ଜିଲ୍ଲାରେ ବିଶେଷ ଭାବେ ଅଗ୍ରଗତି ହୋଇ ନାହିଁ ଆହୁରି ବହୁତ ଗ୍ରାମ ରହିଯାଇଥିବା ସେ ପ୍ରକାଶ କରିଥିଲେ ଏବଂ ଆଗାମୀ ଦିନରେ ଉକ୍ତ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନେଇ ସମାଧାନ କରିବାକୁ ଉକ୍ତ ବୈଠକରେ ଅନୁରୋଧ କରିଥିଲେ । ଏହା ପରେ ପିଡି, ଡିଆରଡିଏ ଶ୍ରୀ ନାଏକ ବିଭିନ୍ନ ପ୍ରକଳ୍ପର ବିଶେଷ କରି ମନେରେଗା ପ୍ରକଳ୍ପର କାର୍ଯ୍ୟକାରୀତା ଓ ଅଗ୍ରଗତି ସମ୍ବନ୍ଧରେ ବୈଠକରେ ଉପସ୍ଥାପନା କରିଥିଲେ । ମନେରେଗା ଉପରେ ଆଲୋଚନା ବେଳେ ଶ୍ରମିକ ମାନେ ଠିକ ଭାବରେ ମଜୁରୀ ପାଉନଥିବା କଥା ରାୟଗଡ ବିଧାୟକ ଶ୍ରୀ ମୁଦୁଲି ଅଭିଯୋଗ କରିଥିଲେ । ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଆଲା କହିଥିଲେ ଯେ, ମନେରେଗା ଯୋଜନାରେ ବ୍ଲକ ସ୍ଥରରେ ବହୁତ ଡେରି ହେଉଛି ଯାହା ଫଳରେ ଶ୍ରମିକ ମାନେ ଠିକ ଭାବେ ସେମାନଙ୍କ ପାରିଶ୍ରମିକ ପାଉନାହାଁନ୍ତି ଏ ଦିଗରେ ସମାଧାନ ପାଇଁ ସେ ଅନୁରୋଧ କରିଥିଲେ । ଏସମ୍ପର୍କରେ ଆଲୋଚନା କରାଯାଇ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ଓ ଅନ୍ୟାୟ କଲେ ଦୃଢ କାର୍ଯାନୁଷ୍ଠାନ  ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା ଉପରେ ଆଲୋଚନା କରି ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପର ତାଲିକା ପ୍ରଦାନ କଲେ ଦିଶା କମିଟି ଏହାର ଅନୁଧ୍ୟାନ କରିବ ବୋଲି ଲୋକସଭା ସାଂସଦ ଶ୍ରୀ ଉଲ୍ଲାକା ନିର୍ବାହୀଯନ୍ତ୍ରୀଙ୍କୁ କହିଥିଲେ । ଉକ୍ତ ବୈଠକରେ ଦିନଦୟାଲ ଗ୍ରାମୀଣ କୌଶଲ ବିକାଶ ଯୋଜନାରେ ବହୁତ ଯୁବକ ଯୁବତୀ ମାନଙ୍କୁ ତାଲିମ ପ୍ରଦାନ କରି ନିଯୁକ୍ତି ଦେବା ପାଇଁ ଉଦ୍ୟମ କରିବାକୁ ନିର୍ଦେଶ ଦେଇଥିଲେ । ସେହିପରି ଜାତୀୟ ଜୀବୀକା ମିଶନରେ ବ୍ୟାଙ୍କ ଅନ୍ତର୍ଭୁକ୍ତିକରଣ ବହୁଳ ଭାବରେ କରିବାକୁ ନିର୍ଦେଶ ଦେଇଥିଲେ । ଏହି ବୈଠକରେ ଗୁଡାରି ସମିତି ଅଧ୍ୟକ୍ଷା ଏବଂ ରାମନାଗୁଡା ଅଧ୍ୟକ୍ଷା ମଧ୍ୟରେ ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଉପରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ପକାଶ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀ, “ଦିଶା” ସଦସ୍ୟ ଓ ସଦସ୍ୟା ମାନେ ଯୋଗ ଦେଇଥିଲେ ।  

 

 

 

 

0
0
0
s2sdefault