ହେଡଲାଇନସ୍:

ଦୀପାଙ୍କ ପ୍ରୟାସ ପରେ ମରାମତି ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରବନ୍ଧ-ମନୋହର ଦାଶ:ରାଜ୍ୟ ସରକାରଙ୍କ ମୋ ସରକାର ଏବଂ 5 T ଯୋଜନା ଅନ୍ତର୍ଗତ ସାମାଜିକ ଗଣମାଧ୍ୟମ ଅଭିଯୋଗ ଗୁଡ଼ିକୁ ସମସ୍ତ ବିଭାଗ ଗୁରୁତ୍ୱ ପ୍ରଦାନ କରି ତ୍ୱରିତ ପଦକ୍ଷେପ ଗ୍ରହଣ କରୁଥିବା ଦେଖାଯାଉଛି | ଏହିଭଳି ହଜାର ହଜାର ସମସ୍ୟାର ସମାଧାନ କରିସାରିଥିବା ପାଇକମାଲ ଅଂଚଳର ଦୀପା ବାରିକ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି | ତାଙ୍କ ଦ୍ୱାରା ପଶ୍ଚିମ ଓଡିଶାର ଅନେକ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଗୁଡ଼ିକ ମରାମତି ହେବାର ଦୃଷ୍ଟାନ୍ତ ରହିଛି |

ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବଘିଆ ପଞ୍ଚାୟତ ବଡ଼ମାଳ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ମରଣଯନ୍ତା ପାଲଟିଥିଲା |  ଏହା ଦ୍ବାରା ଅନେକ ଦୁର୍ଘଟଣା ମଧ୍ୟ ଘଟୁଥିଲା | ଏହି ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ଜନତା ମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିଲେ | ଖାସ୍ କରି ଗର୍ଭବତୀ ମହିଳା ମାନେ ଯାତାୟାତ ସମୟରେ ଯନ୍ତ୍ରଣା ଭୋଗୁଥିଲେ। ଏହି ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ରାସ୍ତାଟି ଅନେକ ବର୍ଷରୁ ମରାମତି ହୋଇ ନଥିବାରୁ ଏଭଳି ସମସ୍ୟା ଉପୁଜିଥିଲା। ଏହି ସମସ୍ୟା ଜାଣିବା ପରେ ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଟେମରି ଗ୍ରାମର ସାମାଜିକ କର୍ମୀ ସୁଶ୍ରୀ ଦିପା ବାରିକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲାପାଲଙ୍କୁ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଗୁରୁତ୍ଵ ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଦୁଇ କିଲୋମିଟର ରାସ୍ତା ମରାମତି କରାଯାଇଛି ଯାହାପରେ ସାଧାରଣ ଜନତା ଆଶ୍ୱସ୍ତି ଅନୁଭବ କରିଛନ୍ତି।ଏହାଛଡା ଅବଶିଷ୍ଟ ୨ କିଲୋମିଟର ପାଇଁ ଟେଣ୍ଡର ଆମନ୍ତ୍ରିତ କରାଯାଇଛି ଯାହା ଫାଇନାଲ୍ ହେବାପରେ ଏହି ରାସ୍ତା ସମ୍ପୂର୍ଣ୍ଣ ଭାବରେ ମରାମତି ହେବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସୂଚନା ରହିଛି.ଦୀପାଙ୍କ ଏହି ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

0
0
0
s2sdefault