ହେଡଲାଇନସ୍:

ଗୋଷାଣୀ ବ୍ଲକରେ ବିଜୁ ଜନତା ଦଳର ମହାମିଶ୍ରଣ ପର୍ବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଗୋଷାଣୀ ବ୍ଲକରେ ବିଜୁ ଜନତା ଦଳର ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେକ ପଞ୍ଚାୟତର ଶହ ଶହ କର୍ମୀ ଓ ନେତା ଏଥିରେ ଯୋଗଦାନ କରିଥିଲେ । ନୂତନ ଭାବେ ଦଳରେ ଯୋଗ ଦେଇଥିବା ଶ୍ରୀ ରୂପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି  ମହାମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲାର ସମସ୍ତ ତୁଙ୍ଗନେତା ଉପସ୍ଥିତ ଥିଲେ । ସଭାର ପରିଚାଳନା କରିଥିଲେ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ପାରଳାଖେମୁଣ୍ଡି ନଗର ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ରାଜଗୁରୁ ।

0
0
0
s2sdefault