ହେଡଲାଇନସ୍:

ଚଳିତ ଖରିଫ ଋତୁରେ ମାସିକ ଆବଣ୍ଟନ ତୁଳନାରେ କମ ସାର ଯୋଗାଣ ପ୍ରସଙ୍ଗ : କେନ୍ଦ୍ର ସାର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Narendra Modi greets Odisha CM Naveen Patnaik on his 75th birthday -  OrissaPOST

ଭୁବନେଶ୍ୱର : ଓଡିଶାକୁ ମାସିକ ଆବଂଟିତ ସାର ତୁଳନାରେ କମ ସାର ପ୍ରଦାନ କରାଯାଉଥିବା ଯୋଗୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଂଡାଭ୍ୟାଙ୍କୁ ପତ୍ର ଲେଖି ଧାର୍ଯ୍ୟ  ଆଜି ଓଡିଶା ମୁଖ୍ୟମନ୍ତ୍ରୀ ମାସିକ ଆବଣ୍ଟନ ଅନୁଯାୟୀ ରାଜ୍ୟକୁ ସାର ପ୍ରଦାନ କରିବାକୁ ତାଙ୍କ ଚିଠିରେ ଉଲ୍ଲେଖ  କରିଛନ୍ତି | ଚାଷୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମାସିକ କୋଟାର ସାର ସହ ସହ ଅନ୍ୟମାସର ବାକିଆ ଥିବା ସାର ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି | 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପତ୍ରରେ ଏପ୍ରିଲ ମାସରେ ଓଡିଶାକୁ କେନ୍ଦ୍ର ପକ୍ଷରୁ ଧାର୍ଯ୍ୟ ଆବଣ୍ଟନ ଅନୁସାରେ ସାର ପ୍ରଦାନ କରାଯାଇଥିବା ଯୋଗୁ ଧନ୍ୟବାଦ ଜ୍ଞାପନ କରିଛନ୍ତି | ହେଲେ ମେ, ଜୁନ, ଜୁଲାଇ ମାସରେ ସାର ଆବଂଟିତ ପରିମାଣ ତୁଳନାରେ ବହୁତ କମ ସାର ଆସିଛି | ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୨ଲକ୍ଷ ୩୧ହଜାର ୫୩୦ ମେଟ୍ରିକ ଟନ୍ ୟୁରିଆ ସାର ପାଇବା କଥା ମିଳିଛି ମାତ୍ର ୧ଲକ୍ଷ ୪୫ହଜାର ୧୪୫ ମେଟ୍ରିକ ଟନ୍ । ସେହିପରି ଏହି ସମୟ ମଧ୍ୟରେ ଡିଏପି ସାର ୧ଲକ୍ଷ ୫୨ ହଜାର ମେଟ୍ରିକ ଟନ୍ ବଦଳରେ ମିଳିଛି ୯୭ହଜାର ୭୬୩ ମେଟ୍ରିକ ଟନ୍ । ସେହିପରି ଏମଓପି ସାର ଯୋଗାଣରେ ମଧ୍ୟ କେନ୍ଦ୍ର ଅଣଦେଖା କରାଯାଇଛି । ରାଜ୍ୟ ଆବଂଟିତ ପରିମାଣର ୬୨ % ୟୁରିଆ ପାଇଥିବା ବେଳେ ଅନ୍ୟ ସାର ୬୦ରୁ ୭୦ ପ୍ରତିଶତ ପାଇଛି | ୟସ ବାତ୍ୟା ଯୋଗୁ ଚାଷୀମାନଙ୍କ ବ୍ୟାପକ ଫସଲ ହାନି ହୋଇଥିବା ବେଳେ ସେମାନଙ୍କ ଫସଲ ଉତ୍ପାଦନକୁ ବଢାଇବାର ଆବଶ୍ୟକତା ରହିଛି | ଆଉ ଏଥିପାଇଁ ସାର ଏକ ପ୍ରମୁଖ ଆବଶ୍ୟକତା | ଯେହେତୁ ଜୁଲାଇ ମଧ୍ୟ ଭାଗରୁ ସେପ୍ଟେମ୍ବର ମାସ ହେଉଛି ୟୁରିଆ ଆବଶ୍ୟକତା ଯଥେଷ୍ଟ ରହିଥାଏ ଓ ଜୁଲାଇ- ଅଗଷ୍ଟ ଅନ୍ୟ ସାର ବ୍ୟବହାର ପାଇଁ ପିକ ପିରିୟଡ଼ | ଏ ସମୟରେ ସାର ଠିକଣା ଭାବେ ନଆସିଲେ କୃଷି କାର୍ଯ୍ୟ ବ୍ୟାହତ ହେବ ସହ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି  ଆଶଙ୍କା ରହିଛି | ଚାଷୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନିଅଁଟିଆ ସାର ଯୋଗାଣ ପ୍ରକ୍ରିୟାରେ ହସ୍ତକ୍ଷେପ କରି  ମାସିକ କୋଟାର ସାର ସହ ଅନ୍ୟମାସର ବାକିଆ ଥିବା ସାର ଯୋଗାଣ ନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସାର ମନ୍ତ୍ରୀଙ୍କୁ  ତାଙ୍କ ପତ୍ରରେ ଅନୁରୋଧ  କରିଛନ୍ତି | 

 

0
0
0
s2sdefault