ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ସିହା ପଞ୍ଚାୟତର ସିହା ଗ୍ରାମରେ ହୋଇଥିଲା ନିମ୍ନ ମାନର ରାସ୍ତା କାମ, ଯାହାକୁ ନେଇ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ କରିଥିଲେ ଗୁହାରି | ଆଉ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ହୋଇଛି ତଦନ୍ତ |
ଘଟଣା ରୁ ପ୍ରକାଶ, ପଥରକଟା ଠାରୁ ଅରକ୍ଷିତ ସେଠୀ ଘର ପ୍ରୄକ୍ୟାଣ୍ଟ ହୋଇଥିବା ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର ବୋଲି ସ୍ଥାନୀୟ ବାସିନ୍ଦା ସେ ସମୟ ରେ ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳ ଙ୍କନିକଟରେ ଅଭିଯୋଗ କରିଥିଲେ | ବ୍ଲକ ପ୍ରଶାସନ ପକ୍ଷରୁବିଡ଼ିଓ ଓ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲାପାଳଙ୍କୁ ପ୍ରଥମ ରିପୋର୍ଟରେ ଉକ୍ତ ରାସ୍ତା କାମ ଠିକି ଥିବା ଦର୍ଶାଇ ଥିଲେ | କିନ୍ତୁ ଏବେ ଜିଲ୍ଲାପାଳଙ୍କ ପୁନର୍ବାର ତଦନ୍ତ ପରେ ପ୍ରକୃତ ସତ୍ୟ ପ୍ରମାଣିତ ହୋଇଛି | ଯାହାକୁ ନେଇ ବିଡ଼ିଓ ଓ ନିର୍ବାହୀ ଯନ୍ତ୍ରୀ ପଡିଛନ୍ତି ହରଡ ଘଣାରେ | ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ରେ, କନିଷ୍ଟ ଯନ୍ତ୍ରୀ ସାତଭାୟାର, ଶ୍ରୀଯୁକ୍ତ ଦୀପକ କୁମାର ଆଚାର୍ଯ୍ୟ, ଉକ୍ତ ରାସ୍ତା କାମକୁ ପରିଦର୍ଶନ କରିବା ସହ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ନାୟକ ସରପଞ୍ଚ ଖଗେଶ୍ବର ସେଠୀ ଓ ବ୍ଲକର କନିଷ୍ଠ ଯନ୍ତ୍ରୀ ରାମ ପ୍ରସାଦ କଲୋଙ୍କ ଉପସ୍ଥିତିରେ ଉକ୍ତ ରାସ୍ତା କାମକୁ ତନିଖି କରାଯାଇଥିଲା | ରାସ୍ତାର ଦୁଇ ପାର୍ଶ୍ୱ ୫ଇଞ୍ଚ୍ ଥିବା ବେଳେ ମଝି ଅଂଶ ମାତ୍ର ଦୁଇ ତିନି ଇଞ୍ଚ୍ କଂକ୍ରିଟ ଥିବା ଓ ନିମ୍ନ ମାନର ସିମେଣ୍ଟ ବ୍ୟବହାର ହୋଇଥିବା ଜଣା ପଡ଼ିଥିଲା | କାହା ଅନୁମତି ରେ ନିମ୍ନ ମାନର ସିମେଣ୍ଟ ବ୍ୟବହାର ହୋଇଥିବା ଗ୍ରାମ ଉନ୍ନୟନ ସଂସ୍ଥା ର ତଦନ୍ତ କରୁଥିବା ଅଧିକାରୀ ମାଗିଥିବା ସ୍ପଷ୍ଟୀକରଣରେ ମାତ୍ର ଆଠ ଦଶ ବସ୍ତା ମହା ବ୍ରାଣ୍ଡ ସିମେଣ୍ଟ ବ୍ୟବହାର ହୋଇଥିବା ପଞ୍ଚାୟତର ଅଧିକାରୀ ସ୍ୱୀକାର କରିଥିଲେ | ତଦନ୍ତ କରୁଥିବା ଅଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ଆଚାର୍ଯ୍ୟ ଜିଲ୍ଲାପାଳ ଙ୍କୁ ଖୁବ୍ ଶୀଘ୍ର ରିପୋର୍ଟ୍ ପ୍ରଦାନ କରିବେ ବୋଲି ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରକାଶ ଜଣା ପଡିଥିଲା | ତେବେ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ବ୍ଲକ ଅଧିକାରୀଙ୍କ ବିରୋଧରେ ଜିଲ୍ଲାପ୍ରଶାସନ କି ପ୍ରକାର୍ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଜୀବୀ ମାନେ ଆଲୋଚନା ହେଉଛି |









