ହେଡଲାଇନସ୍:

ଶେଷରେ ୟୁଜିସି ଦେଲା : ରାଜେନ୍ଦ୍ର ମହାବିଦ୍ୟାଳୟ ପାଇଲା ବିଶ୍ୱବିଦ୍ୟାଳୟର ମାନ୍ୟତା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

 

ଭୁବନେଶ୍ୱର (ଶାସକ ପ୍ରଶାସକ) : ପଶ୍ଚିମ ଓଡ଼ିଶାର ପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ମହାବିଦ୍ୟାଳୟକୁ ୟୁଜିସି ଅଧିନିୟମ 1956, ଧାରା 2(ଏଫ୍) ଅନୁଯାୟୀ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ଆଜି ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଚନା ଦେଇଛନ୍ତି |  

ଶ୍ରୀ ପ୍ରଧାନ କହିଛନ୍ତି ଯେ, ୟୁଜିସିର ଏହି ନିଷ୍ପତ୍ତି  ନିଶ୍ଚିତ ଭାବରେ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନୂଆ ଶିକ୍ଷା ନୀତିରେ ଉଲ୍ଲେଖ ଥିବା ଗୁଣାତ୍ମକ ଶିକ୍ଷା ଉପଲବ୍ଧି କରିବ ବୋଲି ଆଶା କରୁଛି। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆବଶ୍ୟକୀୟ ତଥ୍ୟ ପ୍ରଦାନ କଲେ ୟୁଜିସି ଅଧିନିୟମ 1956 ର ଧାରା 12(ବି) ରେ ଖୁବ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ । ଏହା ବିଶ୍ୱବିଦ୍ୟାଳୟର ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ସହାୟକ ହେବ। ବିଶ୍ୱବିଦ୍ୟାଳୟ ମାନ୍ୟତାକୁ ନେଇ ଗଣମାଧ୍ୟମରୁ ଜାଣିବା ସହ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ରାଜ୍ୟସଭା ସାଂସଦ ସୁବାସ ଚନ୍ଦ୍ର ସିଂହ, ମୁଜିବୁଲା ଖାନ, ମମତା ମହାନ୍ତ ଏବଂ ପୂର୍ବତନ ସାଂସଦ କଳିକେଶ ସିଂହଦେଓ ଏ ନେଇ ଅବଗତ କରାଇଥିଲେ । ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ୟୁଜିସି ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି | 

0
0
0
s2sdefault