ହେଡଲାଇନସ୍:

ଧୃତ ସାର ବ୍ୟବସାୟୀଙ୍କର ଦ୍ୱାରା ଚାଷୀର ସବ୍ସିଡି ଟଙ୍କା ହଡପ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଅନ୍ନଦାତା ଚାଷୀ ବହୁ କଷ୍ଟ କରି , ନିଜେ ଭୋକ ଶୋଷରେ ରହି ଦେଶ ବାସୀଙ୍କୁ ଅନ୍ନ ଯୋଗାଉଛି । ରାଜ୍ୟ ସରକାର ଚାଷୀ ମାନଙ୍କର ଆର୍ଥିକ ଅବସ୍ଥାକୁ ସୁଦୃଢ଼ କରିବା ପାଇଁ ଅନେକ ଯୋଜନା କରୁଛନ୍ତି । ହେଲେ କିଛି ମୁନାଫାଖୋର ଧୃତ ବ୍ୟବସାୟୀ ଓ କିଛି ଅପାରଗ ଅଧିକାରୀ ଙ୍କର ପାଇଁ ଚାଷୀ ସରକାରୀ ଯୋଜନାରେ ଲାଭ ପାଇବା ପରିବର୍ତେ ଶୋଷଣର ଶିକାର ହେଉଛି । ଏହିଭଳି ଏକ ଘଟଣା ଆଜି ପାଇକମାଲ ରେ ଦେଖିବାକୁ ମିଳିଛି । ସବ୍ସିଡି ଟଙ୍କା ହଡପ ହୋଇଥିବା ଗୁରୁତର ଅଭିଯୋଗ କରିଛନ୍ତି ଚାଷୀ ।

ଅଭିଯୋଗ ଅନୁଯାୟୀ, ପାଇକମାଲ ବ୍ଲକ ଜର୍ଜଗଡ଼ ନିବାସୀ କ୍ଷୁଦ୍ର ଚାଷୀ ଶ୍ରୀ ଛବିନନ୍ଦନ ପ୍ରଧାନ ନିଜର ପ୍ରାୟ ଦୁଇ ଏକଡ଼ ଜମିରେ ଧାନ ଚାଷ କରିଛନ୍ତି । ଗତ ଜାଳି ଛବି ପାଇକମାଲ ସ୍ଥିତ ସାର ଦୋକାନ ତାୟଲ ଟ୍ରେଡ଼ଶକୁ ସାର ନେବା ପାଇଁ ଯାଇଥିଲେ । ଦୋକାନ ରୁ ସେ ପଚାଶ କେଜି ଗ୍ରୋମର , 25 କେଜି ୟୁରିଆ , ପଚାଶ କେଜି ପଟାଶ ଓ ସୁପର 25 କେଜି ଆଣିଥିଲେ ଓ ଏହି ସବୁ ବାବଦକୁ ଦୋକାନୀ ତାଙ୍କୁ 2980 ଟଙ୍କା ପଇଠ କରିବାକୁ କହିଥିଲା । ଟଙ୍କା ପଇଠ କରିବା ପରେ ଦୋକାନୀ ଛବି ନକଟରୁ ଫିଙ୍ଗର ପ୍ରିଣ୍ଟ ନେବା ସହିତ ଆଧାର କାର୍ଡ ମଧ୍ୟ ମାଗିଥିଲେ । ଏହା ପରେ ଛବି ଘରକୁ ଆସିଥିଲେ । କିଛି ସମୟ ପରେ ଛବି ଙ୍କର ମୋବାଇଲ କୁ ଏକ ମେସେଜ ଆସିଥିଲା । AD DBTFRT ଆସିଥିବା ଏହି ମେସେଜ ରେ ଛବି ସାର ଦୋକାନ ରୁ ନିମ କୋଟେଡ଼ ୟୁରିଆ 10 ବେଗ ଓ DAP ସାର 10 ବେଗ ଆଣି ସବ୍ସିଡି ପାଇଥିବା ଉଲ୍ଲେଖ ରହିଥିଲା । ସାର ଦୋକାନ ରୁ ମାତ୍ର ଏକ ସହ ପଚାଶ କେଜି ସାର ଆଣିଥିବା ଛବି ଙ୍କର ମୋବାଇଲରେ ୟୁରିଆ 450 କେଜି ଓ ମୂଳରୁ ଡିଏପି ଆଣି ନ ଥିବା ସ୍ଥାନରେ ପାଞ୍ଚ ଶହ କେଜି ଡ଼ିଏପି ର ମେସେଜ ଦେଖି ଆଶ୍ଚର୍ୟ୍ଯ ହୋଇ ଦୋକାନୀ ଙ୍କୁ ଫୋନ କରି ପଚାରିଥିଲେ । ହେଲେ ତୁମେ ଆମର ନିଜର ଲୋକ ବୋଲି ଦୋକାନୀ ତାଙ୍କୁ ଭୂତେଇ ଦେଇଥିଲା । ଏହାପରେ ଏହି କଥା ଜାଣିବା ପରେ ଆମେ ପାଇକମାଲ AAO ଙ୍କୁ 7008080307 ରେ ଫୋନ କରି ଏହି ସୂଚନା ଦେଇଥିଲୁ ହେଲେ AAO ମହାଶୟ କଲି ଚାଷୀଙ୍କୁ ଅଫିସ କୁ ପଠାଇ ଦେବେ ବୋଲି କହିଥିଲେ । 

ଏଠାରେ ସୂଚନାଯୋଗ୍ୟ ଯେ ଗତ ବର୍ଷ ଏହି ଦୋକାନରେ ୟୁରିଆ ସାର ଚଢା ଦରରେ ବିକ୍ରି ହେଉଥିବା ଅଭିଯୋଗରେ ଦୋକାନ ସିଲ ମଧ୍ୟ ହୋଇଥିଲା । ହେଲେ ଦୋକାନୀ ଓ କୃଷି ବିଭାଗର ସ୍ଥାନୀୟ ଅଧିକାରୀ ମାନଙ୍କର ମିଳିଭଗତ ରେ ପୁନର୍ବାର ଉକ୍ତ ଦୋକାନୀ ୟୁରିଆ ସାର ନିର୍ଦ୍ଧାରିତ ଦର 268 ଟଙ୍କା ପରିବର୍ତେ  400 ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ଆସିବା ସତ୍ତ୍ୱେ ବିଭାଗୀୟ ସ୍ଥାନୀୟ ଅଧିକାରୀ ମାନେ ସମ୍ପୁର୍ଣ୍ଣ ମୌନ ବ୍ରତ ଧାରଣ କରିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ତଥା  କୃଷି ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ଙ୍କୁ ଅନୁରୋଧ ଏହି ଅଭିଯୋଗର ତଦନ୍ତ କରାଇଲେ ଅନ୍ତତଃ ପକ୍ଷେ ଚାଷୀ ଶୋଷଣ ର ଶିକାର ହେବ ନାହିଁ ।

0
0
0
s2sdefault