ହେଡଲାଇନସ୍:

ଭଙ୍ଗା ଘରେ କଟୁଛି ଜୀବନ, ସରକାରୀ ସହାୟତା ହୋଇଛି ସାତ ସପନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କଲ୍ୟାସିଂହପୁର: ପ୍ରଦିପ ଦଳାଇ:ର୍ଭଙ୍ଗା ଘରେ କଟୁଛି ଜୀବନ ସରକାରୀ ସହାୟତା ହୋଇଛି ସାତ ସପନ |ଏଭଳି ଦେଖିବାକୁ ମିଳିଛି ରାୟଗଡ଼ ଜିଲ୍ଲା ର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କନ୍ଧକାତିପାଡ଼ୁ ଅଧିନସ୍ତ କେନ୍ଦୁଗୁଡ଼ା ଛକ ନିକଟରେ ଏକ ଜାଗାରେ ଦୀର୍ଘ ୧୨ ବର୍ଷରୁ ଅଧିକ ହେଲାଣି ଏକ ପରିବାର ଏକ ଭଙ୍ଗା ଘରେ ରହି ଆସୁଛନ୍ତି ଘରର ଅବସ୍ଥା ଦେଖିଲେ ଭୟ ଲାଗୁଚି କେତେବେଳେ ଘର କାନ୍ଥ ଭାଙ୍ଗିଯାଇ ପାରେ କିମ୍ବା କେତେବେଳେ ଛପର ଖସି ପଡିବ ଉପରେ ତଥାପି ଭାଗ୍ୟକୁ  ଆଦରି ଏଇ ଭଙ୍ଗା ଦଦରା ଘରେ ରହି ବାକୁ ବାଧ୍ୟ ହୋଇଯାଇଛନ୍ତି ଏଇ ପରିବାର। ଘରେ ସ୍ବାମୀ ଲୋକଙ୍କ ଘରେ ଝାଡୁ ମାରି ଯାହା ଟଙ୍କା ମିଳେ ସ୍ତ୍ରୀ ଆଉ ଦୁଇ ପିଲା ସେଥିରେ ହିଁ ବଞ୍ଚିବା ସାହାରା। ପରିବାର ଅତି ଗରିବ ଶ୍ରେଣୀରେ ରହି ଆସିଥିବା ବେଳେ ଘର ଟିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ବ୍ଲକ କାର୍ଯ୍ୟାଳୟ ଯାଇ ଅଧିକାରୀ ମାନଙ୍କୁ ଭେଟିବା ପରେ ମଧ୍ୟ ରେଙ୍କିଂ ଲିଷ୍ଟ୍ ରେ ନା ନ ଥିବା କଥା ଶୁଣିବାକୁ ମିଳୁଛି | କିନ୍ତୁ ସରକାରୀ ବାବୁ ମାନେ ଯୋଗ୍ୟ ହିତାଧିକାରୀ ନଥିବା ଲୋକଙ୍କୁ  ଘର ଯୋଗେଇ ପାରୁଛନ୍ତି | ଆଉ ଯୋଗ୍ୟ ହିତାଧିକାରୀ ଖାଲି ଗୁହାରି କରି ଦିନ ଯାଉଛି | କୁଆଡେ ଗଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁଆଡେ ଗଲା ବିଜୁ ପକା ଘର | ଖାଲି ନାମକୁ ମାତ୍ର ମାଳ ମାଳ ଯୋଜନା | କିନ୍ତୁ ବାସ୍ତବରେ ନିରୀହ ଗରିବ ଲୋକ ଭାଗ୍ୟକୁ ତାଡନା ଆଉ ବେଦନା ଭଳି | ଯଦି ଆଗାମୀ ଦିନରେ ଏଇ ଭଙ୍ଗା ଘର ପାଇଁ କିଛି ଦୁର୍ଘଟଣା ଘଟିଲେ ଏହା ପାଇଁ ଦାୟୀ କିଏ ରହିବ | ତେବେ ଦେଖିବାର ରହିଲା ପ୍ରଶାସନ ଏ ଖବରଙ୍କୁ ଗୁରୁତ୍ବ ଦେଇ ଯୋଗ୍ୟ ହିତାଧିକାରୀ ଙ୍କ ପାଖରେ ପହଞ୍ଚି ଦୁଃଖ ବୁଝିବ ନା ସେମିତି ଭଙ୍ଗା ଘରେ କଟିଯିବ ଜୀବନ।

0
0
0
s2sdefault