ହେଡଲାଇନସ୍:

ଗୁଦେରପାଲି ହାଇସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚବିଦ୍ୟାଳୟକୁ ସୋମବାର ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ, ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ସା, ମଙ୍ଗଳ ସଂପ୍ରସାରଣ ଅଧିକାରୀ ସଂଯୁକ୍ତା ମାଝୀ, ବ୍ଳକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁ, ସମାଜସେବୀ କିଶୋର ଚନ୍ଦ୍ର ଦେବତା, ପରିଦର୍ଶନ କରିଥିଲେ।ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ୍ତ ଅର୍ଥରାଶି ଯାହାକି ସ୍କୁଲ ଭିତ୍ତଭୂମି ବିକାଶ ନିମନ୍ତେ ବ୍ୟବହାର ହେବା ଉଚିତ୍,ତାହାର ତଦାରଖ କଲେ।ଏହି ଯୋଜନାରେ ବିଦ୍ୟାଳୟର ଦୁଇଟି ସ୍ମାର୍ଟ କ୍ଲାସ୍,ଗୋଟିଏ ବିଜ୍ଞାନ ପରୀକ୍ଷାଗାର  ଏବଂ ଗୋଟିଏ ଇ- ଲାବ୍ରୋଟାରୀ ଗୃହ ପରିଦର୍ଶନ କଲେ।ଆସନ୍ତା ଅଗଷ୍ଟ ୧୫ ତାରିଖ ମଧ୍ୟରେ ଏହି ସବୁ  ନିର୍ମାଣ କାମ ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ  ଦେଇଥିଲେ।ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଲାକାନ୍ତ ପାଣିଗ୍ରାହୀ, ରାମଚନ୍ଦ୍ର ପାତ୍ର,ଶୈଲବାଲା ଦେବତା,ଶିବ ପ୍ରଧାନ , ମୁକେଶ ମୁରାରି କେଡିଆ,ଝଶକେତନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault