ଭଦ୍ରକରେ ୧୦ ବର୍ଷ ଧରି ଚାଲିଛି ଡ୍ରେନ କାର୍ଯ୍ୟ
ଭଦ୍ରକ:(ସତ୍ୟଭୂଷଣ ସ୍ବାମୀ) : ଭଦ୍ରକ ସହରରେ ଦୀର୍ଘ୧୦ ବର୍ଷ ଧରି ଚାଲିଛି ଡ୍ରେନ କାର୍ଯ୍ୟ । କେଉଁଠି ଡ୍ରେନ ପତଳା ତ କେଉଁଠି ବଙ୍କା | ଆଉ କେଉଁଠି ଡ୍ରେନରେ ପାଣି ଯାଉନାହିଁ ତ ଆଉ କେଉଁଠି ଡ୍ରେନ ଉପରେ ଘର ଓ ଦୋକାନ । ଏମିତି ଚାଲିଛି ଭଦ୍ରକ ସହରରେ ଡ୍ରେନ କାର୍ଯ୍ୟ। ଜଳ ନିଷ୍କାସନର ବ୍ୟବସ୍ଥା ନାହିଁ ତଥାପି ଚାଲିଛି ଡ୍ରେନ ନିର୍ମାଣ କାର୍ଯ୍ୟ । କୋଟି କୋଟି ଟଙ୍କାର ଡ୍ରେନ ନିର୍ମାଣ ହେଉଛି ହେଲେ କାମରେ ଆସୁନାହିଁ। ଯାହା ଆପଣମାନେ ଫୋଟରେ ଦେଖିଲେ ଜାଣି ପାରିବେ । ଡ୍ରେନର ଅବ୍ୟବସ୍ଥା ଯୋଗୁଁ ସହରରେ ସାମାନ୍ୟ ବର୍ଷାରେ କେତେକ ୱାର୍ଡ ଜଳମଗ୍ନ ହୋଇ ଯାଉଛି , ଅବସ୍ଥା ସୁଧୁରିବାକୁ ନା ଧରୁନାହିଁ ! ଅଧିକାଂଶ ଡ୍ରେନରେ ପାଣି ଯାଉନାହିଁ କି ସଫା ହେଉନାହିଁ । ବର୍ଷା ଆସିଲେ ଜେସିବି ସାହାଯ୍ୟରେ ଡ୍ରେନ ସଫା କାର୍ଯ୍ୟ ଦେଖିବାକୁ ମିଳେ। ଏମିତି ଅବସ୍ଥାରେ ସହରବାସୀ ଦୁର୍ଗନ୍ଧ ଓ ମଶା ଆତଙ୍କରେ ଅତିଷ୍ଠ ହେଲେଣି | ହେଲେ ପୌରପାଳିକା କର୍ତ୍ତୃପକ୍ଷ ନିଦାବିଷ୍ଣୁ ପରି ଲାଗୁଛି। ଏଠି କହିବା କାହାକୁ, ଶୁଣୁଛି କିଏ । ନିଜେ ନିଜର ଦୋକାନ ଓ ଘର ବାରଣ୍ଡାକୁ ଏହି କରୋନା ସମୟରେ ସଫା ରଖିବା ହିଁ ବୁଦ୍ଧିମାନ ର କାମ । ତେଣୁ ନିଜେ ସଚେତନ ହୁଅନ୍ତୁ , ବେଳ ଥାଉ ଥାଉ ପାଣି ନିଷ୍କାସନର ବ୍ୟବସ୍ତା କରି ନିଅନ୍ତୁ, ନହେଲେ ଅସୁବିଧା ଆମେ ନିଜେ ଭୋଗିବା ଆଉ କେହି ନୁହେଁ !








