ହେଡଲାଇନସ୍:

ଗୁଣିଗାରେଡ଼ି ସନ୍ଦେହରେ 14ଟି ପରିବାରକୁ ବାସନ୍ଦ କରି ଗାଁରୁ ତଡ଼ିଦେଲେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀରରେ ଗୁଣିଗାରେଡ଼ି ସନ୍ଦେହ କରି 14ଟି ପରିବାରକୁ ବାସନ୍ଦ କରିବା ସହ ଗାଁରୁ ତଡି ଦେଲେ ଗ୍ରାମବାସୀ । ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ନିର୍ମୂଲା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ବଲାଙ୍ଗୀର: ଜିଲ୍ଲାରେ ଗୁଣିଗାରେଡ଼ି ସନ୍ଦେହ କରି 14ଟି ପରିବାରକୁ ବାସନ୍ଦ କରାବା ସହ ଗାଁରୁ ତଡି ଦେଲେ ଗ୍ରାମବାସୀ । ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ନିର୍ମୂଲା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଗ୍ରାମରେ କିଛି ଦିନ ତଳେ ଚାରି ଜଣ ଯୁବତୀ ପ୍ରେତ ଲାଗିଲା ଭଳି ବ୍ୟବହାର କରିଥିଲେ ଏବଂ ସେମାନଙ୍କୁ ଗ୍ରାମବାସୀ ଝଡାଫୁଙ୍କା କରିଥିଲେ।ସେହିପରି ଗ୍ରାମର କିଛି ଲୋକ ବିଭିନ୍ନ ପ୍ରକାରର ରୋଗରେ ପୀଡିତ ଥିବା ବେଳେ ଏଥିପାଇଁ ଗ୍ରାମବାସୀ ଗାଁରେ ରହୁଥିବା ଭୋଇ ପରିବାରକୁ ଦୋଷ ଦେଇଥିଲେ ଏବଂ ସେମାନେ ଗୁଣି ଗାରେଡି କରୁଥିବାର ଆରୋପ ଲଗାଇ ଗ୍ରାମସଭା କରିଥିଲେ । ତେବେ, ଏହି ଗ୍ରାମସଭାରେ ଭୋଇ ପରିବାରର 14ଟି ପରିବାରକୁ ଗ୍ରାମବାସୀ ମାଡ ମାରିବା ସହ ଗାଁ ଛାଡି ଚାଲି ଯିବାର ନିର୍ଦ୍ଦେଶ ଦେଇଥିଲେ। ଫଳରେ ଜୀବନ ଭୟରେ ସମସ୍ତ 14 ପରିବାର ଏବେ ଗାଁ ଛାଡି ପାଖ ଖୁଣ୍ଟ ମୁଣ୍ଡା ଗ୍ରାମର ଏକ କ୍ଲବ ଘରେ ଆଶ୍ରୟ ନେଇଛନ୍ତି।ଅନ୍ୟପଟେ ନିଜ ଘରଦ୍ୱାର ଛାଡି ଅସହାୟ ଅବସ୍ଥାରେ ଥିବା ଏମାନେ ସିନ୍ଧେକେଲା ପୋଲିସରେ ଏହାର ଅଭିଯୋଗ ମଧ୍ୟ କରିଛନ୍ତି। ହେଲେ 15 ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ କୌଣସି ପଦକ୍ଷେପ ନେଇ ନାହିଁ । କିମ୍ବା ସ୍ଥାନୀୟ ପ୍ରଶାସନ କୌଣସି ସମାଧାନର ବାଟ କାଢି ପାରି ନାହାନ୍ତି । ଯାହା ଫଳରେ ଏମାନେ ଏବେବି ଅସହାୟ ଅବସ୍ଥାରେ ଥିବା ବେଳେ ବୁଧବାର ନ୍ୟାୟ ପାଇଁ ବଲାଙ୍ଗୀର ଏସପିଙ୍କ ଦ୍ୱାରାସ୍ତ ହୋଇଛନ୍ତି । ତାଙ୍କୁ ଉଚିତ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି । ସେହିପରି କିଛି ସମାଜସେବୀ ନିଜ ପଟୁ ଏହି ମାମଲାର ସମାଧାନ କରିବାକୁ ଯାଇ ବିଫଳ ହୋଇଥିବା ବେଳେ ପ୍ରଶାସନିକ ସ୍ତରରେ ପଦକ୍ଷେପ ଜରୁରୀ ବୋଲି ସେମାନେ କହିଛନ୍ତି ।

0
0
0
s2sdefault