ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ; ବିଜେପି ଗର୍ଜିଲା ପଶ୍ଚିମ ଓଡିଶାରେ। ରାଜ୍ୟ ସରକାର ପଶ୍ଚିମ ଓଡିଶାକୁ ଅବହେଲା ସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବଞ୍ଚିତ କରିଛନ୍ତି । ଏହାକୁ ନେଇ ସମ୍ବଲପୁର ଆରଡିସି ଅଫିସ ସମ୍ମୁଖରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ପତ୍ର ପ୍ରଦାନ କରିଛି ।
ପଶ୍ଚିମ ଓଡିଶାରେ ବିଜେପିର ହଲ୍ଲାବୋଲ । ରାଜ୍ୟ ସରକାର ପଶ୍ଚିମ ଓଡିଶା କୁ ଅବହେଲା ସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ କରିଛନ୍ତି । ଦିର୍ଘ ୨୨ ବର୍ଷ ହେବ ରାଜ୍ୟ ସରକାର ପଶ୍ଚିମ ଓଡିଶା କୁ ଅବହେଲା କରୁଛନ୍ତି । ଗତ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସରକାର ଦାଖଲ କରିଥିବା ତାଲିକାରେ ପଶ୍ଚିମ ଓଡିଶା କୁ ସମ୍ପୂର୍ଣ୍ଣ ଭାବରେ ଅବହେଳା କରାଯାଇଛି । ୨୦୧୯ ସାଧାରଣ ନିର୍ବାଚନରେ ଯେଉଁ ଅଞ୍ଚଳରେ ବିଜେପି ର ସାଂସଦ ଓ ବିଧାୟକ ବିଜୟ ଲାଭ କରିଛନ୍ତି ସେହି ଅଞ୍ଚଳରେ ରାଜ୍ୟ ସରକାର ନିଜର ରାଜନୈତିକ ଶତ୍ରୁତା ର ନଗ୍ନ ଚିତ୍ର ପ୍ରଦର୍ଶିତ କରିଛନ୍ତି । ୯ ଜିଲ୍ଲା ର ହିତାଧିକାରୀଙ୍କ ସଂଖ୍ୟା ଶୂନ୍ୟ ରହିଥିବା ବେଳେ ଦେବଗଡ଼ ଜିଲ୍ଲା ରେ ୧୧୧ ଓ ଝାରସୁଗୁଡା ଜିଲ୍ଲା ରେ ମାତ୍ର ୪ ଜଣ ହିତାଧିକାରୀ ଙ୍କ ରହିଛି । ପଶ୍ଚିମ ଓଡିଶାରେ ଲକ୍ଷ ଲକ୍ଷ ଗରିବ ପରିବାର ଚାଳ ଛପର ଘରେ ରହୁଛନ୍ତି । ରାଜ୍ୟ ସରକାରଙ୍କ ର ସରକାରୀ ବାବୁ ମାନେ ରାଜନୈତିକ ଉଦ୍ଦେଶ୍ୟରେ ହଜାର ହଜାର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକାରୁ ବଞ୍ଚିତ କରିଛନ୍ତି। ଆଜି ଯାଏଁ ଯେତିକି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଛି ସେଥି ମଧ୍ୟରୁ ଅନେକ ହିତାଧିକାରୀ ପ୍ରକୃତ ହିତାଧିକାରୀ ନାହାଁନ୍ତି । ଲକ୍ଷ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମିଲ ହେବା ପାଇଁ ଦରଖାସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଙ୍କୁ ଯୋଗ୍ୟ ବିବେଚିତ କରି ଚୟନ କରି ତାଙ୍କର ନାମ ରାଜ୍ୟ ସରକାରଙ୍କୁ ଦିଆଯାଇଛି ହେଲେ କେଉଁଥିପାଇଁ ରାଜ୍ୟ ସରକାର ସେଇ ତାଲିକା କେନ୍ଦ୍ର କୁ ଦେଇ ନାହାଁନ୍ତି । ଅନେକ ସରକାରୀ ଅଧିକାରୀ ହିତାଧିକାରୀ ଚୟନ ପ୍ରକ୍ରିୟାରେ ରାଜନୈତିକ ଉଦ୍ଦେଶ୍ୟ ରଖି କାମ କରୁଥିବା ବେଳେ ନିର୍ମାଣ ସମୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ରେ ଲିପ୍ତ ରହୁଥିବା ଅଭିଯୋଗ ହୋଇଛି ।
ଓଡିଶା ର ଗରିବ ଲୋକମାନଙ୍କ ପାଇଁ ୨୯.୯୧ ଲକ୍ଷ ପକ୍କା ଘର ପାଇଁ ସହାୟତା କେନ୍ଦ୍ର ସରକାର ଦେଇ ସାରିଛନ୍ତି । ଏବେ ଦେଶ ର ଦ୍ଵିତୀୟ ସର୍ବାଧିକ ୮.୧୭ ଲକ୍ଷ ଘର ପାଇଁ ଅନୁଦାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଭୁକ୍ତ ଭାବରେ କେନ୍ଦ୍ର ସରକାର ଦେଇଛନ୍ତି । ରାଜ୍ୟ ସରକାର ୨୦୧୯ ମସିହାରେ ଜିଓ ଟ୍ୟାଗିଂ ଓ ଘର ସର୍ବେକ୍ଷଣ କରିଥିଲେ ସେଥିରେ ରାଜନୈତିକ ଉଦ୍ଦେଶ୍ୟ କାରଣ ରୁ ବହୁ ତ୍ରୁଟି ରହିଥିଲା । ଅନେକ ଅଯୋଗ୍ୟ ହିତାଧିକାରୀ ଶାସକ ଦଳ ସହିତ ରାଜନୈତିକ ସମ୍ପର୍କ ଦୃଷ୍ଟିରୁ ତାଲିକାରେ ସ୍ଥାନ ପାଇଥିଲେ ଏବଂ ବହୁ ଗରିବ ଓ ଯୋଗ୍ୟ ହିତାଧିକାରୀ ବାଦ୍ ପଡି ଯାଇଥିଲେ । ତେଵେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ହଜାରେ କୋଟି ଟଙ୍କାର ଦୁର୍ନିତି କରିଥିବା ବିଜେପି ଅଭିଯୋଗ କରିଛି ।ଆନ୍ଦୋଳନରେ ପଶ୍ଚିମ ଓଡିଶାର ଅନେକ ବିଜେପି ବିଧାୟକ , ସାଂସଦ ସହ ଜିଲ୍ଲା ସଭାପତି ଓ ବିଜେପି କର୍ମି ସାମିଲ ଥିଲେ ।ପରେ ରାଜ୍ୟ ପାଲ ଙ୍କ ଉଦ୍ୟଶରେ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ କରିଯାଇଥିଲା । ତେବେ ରାଜ୍ୟ ସରକାର ଏହି ଆବାସ ଦୁର୍ନିତି ନେଇ ବିଜେପି ରାଜ୍ୟ ବ୍ୟାପି ବ୍ଲକ ମାନଙ୍କରେ ଆନ୍ଦୋଳନ କରିଛି । ହେଲେ ରାଜ୍ୟ ସରକାର ଆବାସ ଯୋଜନାରେ କେଲେଙ୍କାରୀ କେବେ ପରଦା ହଠାଇବେ ତାହା ଦେଖିବାକୁ ରହିଲା