ହେଡଲାଇନସ୍:

ନବନିର୍ମିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ଼, ( ଗୌରବ ଦର୍ଜୀ): ଟିଟିଲାଗଡ଼ ବ୍ଲକ ଅଧିନସ୍ଥ କତରକେଲା ଗାଁ ରେ ନବନିର୍ମିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସମଗ୍ର ଟିଟିଲାଗଡ଼ ବ୍ଲକ ରେ ଏକ ମାତ୍ର ଗାଁ ଭାବରେ କତରକେଲା ଗାଁ ରେ ଏହି ସୋଭାଗ୍ୟ ଆଜି ଦେଖିବାକୁ ମିଳିଛି।  ଗାଁ ରେ ନବ ନିର୍ମିତ ପ୍ରଭୁ ଶ୍ରୀରାମ, ମାତା ସୀତା ଏବଂ ଲକ୍ଷ୍ମଣ ଙ୍କ ସହ ରାମ ଭକ୍ତ ହନୁମାନ ଙ୍କ ବିଗ୍ରହ କୁ ଆନୁଷ୍ଠାନିକ ରୀତିନୀତି ଅନୁଯାୟୀ ପୂଜା ପାଠ କରି ପ୍ରାଣ ପ୍ରତିଷ୍ଠା ଉତ୍ସବ ମହାମାରୀ କରୋନା କଟକଣା ନିୟମ ଅନୁଯାୟୀ ପାଳନ କରାଯାଇଛି। କାହିଁ କେଉଁ ଆବାହନ କାଳରୁ ଟିଟିଲାଗଡ଼ ସହର ନିକଟସ୍ଥ କତରକେଳା ଗାଁ ରେ ନିଜ ପରିବାର ସହ ରହି ଆସୁଥିଲେ ସ୍ବର୍ଗୀୟ ବାଲମୁକୁନ୍ଦ  ଅଗ୍ରୱାଲ। କତରକେଳା ଗାଁ ରେ ଜନ୍ମ ଗ୍ରହଣ କରିବା ସହ ପିଲା ଦିନ ଗାଁ ରେ ଅତିବାହିତ ହୋଇ ଥିଲା। ପରେ ତାଙ୍କ ଔରସରୁ ପାଞ୍ଚ ପୁଅ ଜନ୍ମ ନେଇ ଥିଲେ। ଏବଂ ଏହାପରେ ବାଳମୁକୁନ୍ଦଙ୍କ ବ୍ୟବସାୟରେ ବେଶ ସଫଳତା ପାଇ ଥିଲେ। ନିଜ ବ୍ୟବସାୟ କୁ ଆହୁରି ଆଗକୁ ନେବା ପାଇଁ ନିଜ ଜନ୍ମ ମାଟି କୁ ଛାଡି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ବସତି ସ୍ଥାପନ କଲେ। ଏବଂ ନିଜ ରୟତି ଜମି ତଥା ନିଜ ଜନମ ମାଟି ରେ ଥିବା ପୈତୃକ ଘରକୁ ଭାଙ୍ଗି ଏକ ରାମ ମନ୍ଦିର ନିର୍ମାଣ ର ପରିକଳ୍ପନା କରି ଜମି କୁ କତରକେଲା ଗାଁ ଲୋକଙ୍କୁ ହସ୍ତାନ୍ତର କରିବା ସହ ନିଜ ପରିକଳ୍ପନା ଗ୍ରାମବାସୀ ଆଗରେ ପ୍ରକାଶ କରିବା ସହ ଏକ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ବି ଯୋଗାଇଦେବା ନେଇ ପ୍ରତିଶୃତି ଦେଇ ଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଭିର୍ନ୍ନ।  ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଗତ ୨୦୧୦ ମସିହାରେ ବାଳମୁକୁନ୍ଦ ଅଗ୍ରୱାଲ ଙ୍କ ପରଲୋକ ଘଟିଥିଲା। ଫଳରେ ପିତାଙ୍କ ଅନ୍ତିମ ସ୍ବପ୍ନ କୁ ସାକାର କରିବା ପାଇଁ ସ୍ବର୍ଗୀୟ ବାଲମୁକୁନ୍ଦଙ୍କ ପୁଅ ଶ୍ୟାମଲାଲ ଅଗ୍ରୱାଲ, ଶଙ୍କର ଅଗ୍ରୱାଲ, ମୁରାରୀଲାଲ ଅଗ୍ରୱାଲ, ହନୁମାନ ବିହାରୀ ଅଗ୍ରୱାଲ ଏବଂ କୈଳାସ ଅଗ୍ରୱାଲ  ସମସ୍ତେ ମିଶି ଗାଁ ରେ ଏକ ପ୍ରହରୀ ମଣ୍ଡପ, ଦୁଇ ଗୋଟି ମଣ୍ଡପ ସହ ପ୍ରଭୁ ଶ୍ରୀରାମ ଙ୍କ ମନ୍ଦିର ନିର୍ମାଣ କରି ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରି ନିଜ ପିତାଙ୍କ ଅନ୍ତିମ ଇଚ୍ଛା କୁ ପୂର୍ଣ୍ଣ ରୂପ ଦେବାରେ ବେଶ ଭୂମିକା ଗ୍ରହଣ କରିଛନ୍ତି।  ଗ୍ରାମବାସୀ ମଧ୍ୟ ନିଜ ଗାଁ ରେ ପ୍ରଭୁ ଶ୍ରୀରାମ,ମାତା ସୀତା, ଭାଇ ଲକ୍ଷ୍ୟଣ ସହ ରାମ ଭକ୍ତ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା କରି ବିଗ୍ରହ ମାନଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମଧ୍ୟ ରୀତିନୀତି ଅନୁଯାୟୀ ପାରମ୍ପରିକ ପୂଜା ଵିଧି ଦ୍ୱାରା ସମ୍ପର୍ଣ୍ଣ ହୋଇଛି।  ଏହି ଅବସରରେ  ଗତ ଚାରି ଦିନ ଧରି କତରକେଲା ଗାଁ ରେ ଏକ ଆଧ୍ୟାତ୍ମିକ ପରିବେଶ ଦେଖା ଦେଇ ଥିଲା। ଗତ ୧୨ ତାରିଖ ରେ ଗାଁ ରେ କଳସ ଯାତ୍ରା ମଣ୍ଡପ ବିଶୋଧନ ପର୍ବ ଅନୁଷ୍ଠିତ ହୋଇଥିଲ।  ଠିକ ସେହିପରି ଗତ ୧୩ ତାରିଖ ରେ ପୂଜନ ସହ ହୋମ ଯଜ୍ଞ ପାଇଁ ଅଗ୍ନି ସ୍ଥାପନ କରାଯାଇଥିଲା ୧୪ ତାରିଖ ରେ ବିଗ୍ରହ ମାନଙ୍କ ଜୀବନ୍ୟାସ ସହ ଆଜି ୧୫ ତାରିଖ ରେ ବିଗ୍ରହ ମାନଙ୍କ ମନ୍ଦିର ଭିତର କୁ ପ୍ରବେଶ ସହ ଧ୍ୱଜାରୋପଣ,ହୋମ ଯଜ୍ଞ ର ପୂର୍ଣ୍ଣାହୁତି ସହ ବିଗ୍ରହ ମାନଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

 

0
0
0
s2sdefault