ଅର୍ପିତା ଅପରାଜିତାଙ୍କୁୁ ବିଜେପି ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧକ୍ଷା ନିଯୁକ୍ତି ପାଇଁ କୃତଜ୍ଞତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡିଶାର ଏକ ପ୍ରତିଭାବାନ ଯୁବ ନେତ୍ରୀଙ୍କୁ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧକ୍ଷା ଘୋଷଣା କରିବା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ: ଇରାସିସ୍ ଆଚାର୍ଯ୍ୟ

ଭୂବନେଶ୍ୱର,:ଭାରତୀୟ ଜନତା ପାର୍ଟୀ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କ ଅନୁମୋଦନ କ୍ରମେ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ତେଜସ୍ୱୀ ସୂର୍ଯ୍ୟା ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ଓଡିଶା ରାଜ୍ୟର ଜଣେ ନେତ୍ରୀ ଏହି ଟିମରେ ସାମିଲ ଅଛନ୍ତି । ବିଜେପି ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧକ୍ଷା ଭାବେ ଅର୍ପିତା ଅପରାଜିତା ବଡଜେନାଙ୍କୁୁ ଦାୟିତ୍ୱ ଦିଆଯାଇଛି । 

ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ପଦାଧିକାରୀ ତାଲିକାରେ ଅର୍ପିତା ଅପରାଜିତା ବଡଜେନାଙ୍କୁ ସ୍ଥାନ ଦିଆଯାଇଥିବାରୁ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ତେଜସ୍ୱୀ ସୂର୍ଯ୍ୟା ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି । 

ରାଷ୍ଟ୍ରୀୟ ନେତୃବୃନ୍ଦ ସର୍ବଦା ଓଡିଶାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ଓଡିଶାର ଏକ ପ୍ରତିଭାବାନ ଯୁବ ନେତ୍ରୀଙ୍କୁ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧକ୍ଷା ଘୋଷଣା କରିବା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଏହା ରାଜ୍ୟର ଅନ୍ୟ କାର୍ଯ୍ୟକର୍ତାଙ୍କ ମନୋବଳ ବୃଦ୍ଧି କରିବା ସହ ଦଳ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । 

 

0
0
0
s2sdefault