ପୁରୀ/ଅନିମେଶ ପଟ୍ଟନାୟକ: ସିଲ୍ ହେଲା ଅକ୍ଷୟପାତ୍ର ଫାଉଣ୍ଡେସନର ପୁରୀ ଅଫିସ । ରଥଯାତ୍ରା ସମୟରେ କିଛି ଇସ୍କନ ଭକ୍ତଙ୍କୁ ଛାତ ଉପରେ ରଖି ରଥଯାତ୍ରା ଦର୍ଶନ କରାଇବା ଅଭିଯୋଗରେ ସିଲ୍ କରିଛି ପ୍ରଶାସନ। ଏଥିସହ ୧୦ ଜଣଙ୍କ ନାଁରେ କର୍ଫ୍ୟୁ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ନିର୍ଦ୍ଦେଶ ଥିଲା କେହିବି ଛାତଉପରେ ରଥଯାତ୍ରା ଦେଖିପାରିବେନି । ହେଲେ କେତେକ ଉଦ୍ଧତ ବ୍ୟକ୍ତି ନିର୍ଦ୍ଦେଶକୁ ଫୁ କରି ରଥଯାତ୍ରା ଦେଖିଥିଲେ, ସାମିଲ ମଧ୍ୟ ହୋଇଥିଲେ ବିନା ଦ୍ୱିଧାରେ । ଫଟୋ, ଭିଡିଓ ମଧ୍ୟ କରି ସୋସିଆଲ ମିଡିଆରେ ଛାଡିବାକୁ ଭୁଲିଲେ ନାହିଁ । ହରିଆଣାର ଗୋବିନ୍ଦ କ୍ରିଷ୍ଣା ଦାସ, ଅତୁଲ କ୍ରିଷ୍ଣା ସବୁ ସିମା ପାର କରିଗଲେ । ବିକୃତ ଅଙ୍ଗଭଙ୍ଗି ଦେଇ ନିଜର ସୋସିଆଲ ମିଡିଆ ଆଇଡିରେ ରଥଯାତ୍ରା ଉପଭୋଗ କରୁଥିବା ଦର୍ଶାଇଛନ୍ତି । ଯାହା ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ପୁରୀବାସୀଙ୍କୁ ବାଧିଛି ବୋଲି ଚର୍ଚ୍ଚା ହେଉଛି । କିଛି ସଂଗଠନ ଏସବୁକୁ ବିରୋଧ କରି ଆଇନ ଭାଙ୍ଗିଥିବା ସମସ୍ତ ବ୍ୟକ୍ତିଙ୍କୁ ଦଣ୍ଡ ବିଧାନ ପାଇଁ ଦାବି କରିବା ପରେ ପ୍ରଶାସନ ପଦକ୍ଷେପ ଆରମ୍ଭ କରିଛି । ଗୁରୁବାର ଅକ୍ଷୟପାତ୍ର ଫାଉଣ୍ଡେସନ ଅଫିସକୁ ନିୟମ ଭାଙ୍ଗିବା ଅଭିଯୋଗରେ ସିଲ୍ କରାଯାଇଛି । ଗତକାଲି ବଳଗଣ୍ଡି ସ୍ଥିତ ଗଙ୍ଗା ଲଜକୁ ମଧ୍ୟ ସିଲ କରିଥିଲା ପ୍ରଶାସନ । ହରିଆଣାର ଦୁଇ ଇସ୍କନ ଭକ୍ତଙ୍କ ସହ ୧୦ ଜଣ ସ୍ଥାନୀୟ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିବା ଜଣା ପଡିଛି ।
ରାଜ୍ୟ
ଅକ୍ଷୟପାତ୍ର ଫାଉଣ୍ଡେସନ ଅଫିସ ସିଲ୍, ପ୍ରଥମ ଦଫାରେ ୧୦ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ
- Hits: 485