ହେଡଲାଇନସ୍:

ଡଃ ପ୍ରମୋଦ କୁମାର ମଲ୍ଲିକଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ଵର (ଶାସକ ପ୍ରଶାସକ) : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ ସୂଚନା ସେବା ଅଧିକାରୀ ଡଃ ପ୍ରମୋଦ କୁମାର ମଲ୍ଲିକଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ଦିଆଯାଇଛି । ସେ ଏହା ପୂର୍ବରୁ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଆଜି ସେ ନୂତନ ପଦବୀରେ ଯୋଗଦାନ କରିଛନ୍ତି ।  ବିଭାଗୀୟ କାର୍ଯ୍ୟରେ ଦୀର୍ଘ ଦିନର ଅଭିଜ୍ଞତା ରହିଥିବା ଡଃ ମଲ୍ଲିକ ପୂର୍ବରୁ ମାଲକାନଗିରି, ରାୟଗଡା,କୋରାପୁଟ, କେଉଁଝର, ବାଲେଶ୍ଵର, କଟକ, ସମ୍ବଲପୁରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ କେନ୍ଦ୍ରାଞ୍ଚଳ (କଟକ)ଓ ଦକ୍ଷିଣାଞ୍ଚଳ (ବ୍ରହ୍ମପୁର)ର ବିଭାଗୀୟ ଉପ ନିର୍ଦ୍ଦେଶକ ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି  ।  ତାଙ୍କର ଏହି ପଦୋନ୍ନତି ପାଇଁ ସମୟୋପଯୋଗୀ ତ୍ଵରିତ ପଦକ୍ଷେପ ନିଆଯାଇଥିବାରୁ ସେ ନିଜ ବିଭାଗ ତଥା ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଡଃ ମଲ୍ଲିକଙ୍କ ପଦନ୍ନୋତି ଆଦେଶ ଓ ନୂତନ ପଦବୀରେ ଯୋଗଦାନ ପରିପ୍ରେକ୍ଷୀରେ ଓଡିଶା ସୂଚନା ସେବା ସଂଘ, ବିଭାଗୀୟ ଅନ୍ୟ ଅଧିକାରୀ ଓ ଶୁଭେଚ୍ଛୁମାନେ ତାଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି । 

0
0
0
s2sdefault