ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ କେନ୍ଦୁଭଟା ଗ୍ରାମ ନିକଟରେ ଥିବା ଇଣ୍ଡିଆନ ଟାୟାର ଦୋକାନରୁ ଗତ ରାତିରେ ଏକ ବଡ଼ ଧରଣର ଚୋରି ହୋଇଯାଇଛି । ଦୋକାନ ମାଲିକ ଙ୍କର କହିବା ମୁତାବକ ଗତ ରାତିରେ କାମ ସାରି ସେ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲେ । ଆଜି ସକାଳ ପାଞ୍ଚ ଘଣ୍ଟା ସମୟରେ ଦୋକାନକୁ ପହଂଛି ତାଲା ଭଙ୍ଗା ହୋଇଥିବା ଦେଖିଥିଲେ । ସନ୍ଦେହ ହେବାରୁ ଦୋକାନର ସଟର ଖୋଲି ଦେଖିଲା ବେଳକୁ ଦୋକାନରୁ ପଚାଶ ଗୋଟି ବାଇକ ଓ ସ୍କୁଟି ଟାୟାର ଗାୟବ ଥିଲା । ଏହାପରେ ସେ ଚୋରି ବାବଦରେ ପାଇକମାଲ ଥାନା ଅଧିକାରୀଙ୍କୁ ଜଣାଇଥିଲେ । ପାଇକମାଲ ଥାନରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିବା ବେଳେ ସବିନ୍ସପେକ୍ଟର ଶ୍ରୀ ସୁନିତ ଦୋରା ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି ।
ରାଜ୍ୟ
ତାଲା ଭାଙ୍ଗି ଟାୟାର ଦୋକାନରୁ ଲକ୍ଷାଧିକ ଟଙ୍କାର ଟାୟାର ଚୋରି
- Hits: 2069