ହେଡଲାଇନସ୍:

ଆରପାରିରେ ଟ୍ରାଜେଡି କିଙ୍ଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁମ୍ବାଇ  :ଦୀର୍ଘ ଦିନ ଧରି ଅସୁସ୍ଥତା ଯୋଗୁ ଚିକିତ୍ସିତ ହେଉଥିବା ଅବସ୍ଥାରେ ଭାରତୀୟ ଚଳଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ  ଦିଲୀପ କୁମାରଙ୍କ 98 ବର୍ଷ ବୟସରେ ଦେହାନ୍ତ ହୋଇଛି | ଏ ବିଷୟ ତାଙ୍କ ଡାକ୍ତର ଜଲିଲ ପାର୍କର ଗଣମାଧ୍ୟମକୁ ଜଣାଇଛନ୍ତି। ବଲିଉଡର ଟ୍ରାଜେଡି କିଙ୍ଗ ଭାବରେ ଜଣାଶୁଣା ଦିଲ୍ଲୀପ କୁମାରଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବ ପରେ ଜୁନ୍ 29 ରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ଦିଲ୍ଲୀପ କୁମାରଙ୍କ ପରଲୋକରେ ସବୁଆଡୁ ଶ୍ରଦ୍ଧାଞ୍ଜଳି ଏବଂ ସମବେଦନା ସୁଅ ଛୁଟିଛି |  ଅଗଣତି ଚଳଚିତ୍ରରେ ନିଜର ଅଭିନୟ ଶୈଳୀ ଓ ପ୍ରତିଭା ପାଇଁ ଅଖଣ୍ଡ ଆଧିପତ୍ୟ   ଜାହିର କରିଥିବା ଦିଲ୍ଲୀପ କୁମାର ନିଜ ଉଲ୍ଲେଖନୀୟ ତଥା ସାମଗ୍ରିକ ଅବଦାନ ପାଇଁ ଦାଦାସାହେବ ଫାଲକେ ଆୱାର୍ଡ, ପଦ୍ମ ବିଭୂଷଣ, ପଦ୍ମଭୂଷଣ ତଥା ଫିଲ୍ମଫେୟାର ଲାଇଫ ଟାଇମ ଅଚିଭମେଣ୍ଟ ଆୱାର୍ଡ ସମେତ ଅନେକ ସମ୍ମାନ ହାସଲ କରିଥିଲେ | ତାଙ୍କ ବିୟୋଗରେ ଭାରତୀୟ ଚଳଚିତ୍ର ଜଗତରେ ବିରାଟ ଶୁନ୍ୟତା ସୃଷ୍ଟି ହୋଇଛି | 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଗୃହମନ୍ତ୍ରୀ ଅମିତ ଶାହା,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ବଲିଉଡର "ପ୍ରଥମ ଖାନ"  ଭାବେ ପରିଚିତ ଦିଲ୍ଲୀପ କୁମାର ବିୟୋଗରେ ଶୋକଵ୍ୟକ୍ତ କରିଛନ୍ତି |    

0
0
0
s2sdefault