ହେଡଲାଇନସ୍:

40ହେକ୍ଟର ଜାଗାରେ ବୃକ୍ଷ ରୋପଣ କରାଯାଇ ନୂତନ ଜଙ୍ଗଲ ସୃଷ୍ଟି କରାଯିବ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲାସ୍ଥରୀୟ 72ତମ ବନ ମହୋତ୍ସବ ପାଳିତ ।  

ରାୟଗଡ/ ସରୋଜ ସାହୁ,:-  କୋଲନରା ବ୍ଲକ ଅନ୍ତର୍ଗତ ଟାଟାଗୁଡା  ଏବଂ କମ୍ପା ସୁରି ଲଣ୍ଡା ପାହାଡ଼ ଠାରେ 72ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି   । ଜିଲ୍ଲା ଜଙ୍ଗଲ ଓ ପରିବେଶ ନିୟନ୍ତ୍ରଣ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଯୋଗଦେଇଥ ବୃକ୍ଷ ରୋପଣ କରିଥିଲେ ଓ ପରିବେଶ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିବାସହ ଏହି ମହାମାରୀ କୋଭିଡ ସମୟରେ କୋଭିଡ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ସଚେତନ କରିଥିଲେ । ତଟାଗୁଡା ଠାରେ ସିଏସାର ପାଣ୍ଠିରୁ 20ହେକ୍ଟର ଜାଗାରେ ବୃକ୍ଷ ରୋପଣ କରାଯିବ ଓ ସେହିପରି ସୁରି ପାହାଡ଼ ରାଜସ୍ବ ଜମିରେ 20ହେକ୍ଟର ଜାଗାରେ ବୃକ୍ଷ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରାଯିବ l କୋଳନାରା ବ୍ଲକ ବିଡ଼ିଓ, ଭାରପ୍ରାପ୍ତ ବନ ଖଣ୍ଡ ଅଧିକାରୀ ନିତ୍ୟାନନ୍ଦ ନାୟକ, ଏସିଏଫ ପ୍ରଦୀପ କୁମାର ବାତ୍ରା ଉପସ୍ଥିତ ରହି ଜଗଡ଼ମ୍ବା ବିଦ୍ୟାଳୟ  ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ,ବନାଞ୍ଚଳ ଅଧିକାରୀ ରାୟଗଡା ଅଶୋକ କୁମାର ପ୍ରଧାନ, ବନପାଳ ସଞ୍ଜୟ ଦାଶ ,ବନ କର୍ମଚାରୀ,ବନସୁରକ୍ଷା ସମିତିର ସଦସ୍ୟ ସଦସ୍ୟା  ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault