ବନ୍ଧାହେଲେ ବନପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁଷ୍କର୍ମ ଅଭିଯୋଗ ପରେ ସଦର ବନପାଳଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ । 

ମାଲକାନଗିରି : ଜିଲ୍ଲା ସଦର ମହକୁମାର ଜଣେ ବନପାଳ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବନପାଳ ମୁରଲିଧର ଅନୁଗୁଳିଆ ଓରକେଲ ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୨୬ ବର୍ଷ ବୟଷ୍କା ଯୁବତୀଙ୍କ ସହ ପୂର୍ବରୁ ପରିଚିତ ଥିଲେ । ତେବେ ଗତ ଏପ୍ରେଲ୍ ମାସ ୫ ତାରିଖରେ ବନପାଳଙ୍କ ବାସଭବନକୁ ଯୁବତୀ ଜଣକ ବୁଲିବାକୁ ଯାଇଥିଲେ । ତେବେ ଉକ୍ତ ଦିନ ରାତ୍ରିରେ ଯୁବତୀଙ୍କ ଅନିଚ୍ଛା ସତ୍ୱେ ଅଭିଯୁକ୍ତ ବନପାଳ ଦୁଷ୍କର୍ମ କରିଥିଲେ । ପରେ ପିଡିତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କ ରଖିବା ସହ କାହାକୁ ନଜଣାଇବାକୁ କହିଥିଲେ । ପରେ ଘଟଣା ଉଭୟ ପିଡିତା ଓ ଅଭିଯୁକ୍ତଙ୍କ ପରିବାରର ଦୁଷ୍ଟି ଗୋଚରକୁ ଆସିବା ପରେ ଉଭୟ ପରିବାର ମିଶି ବିବାହ କରାଇଦେବା ପାଇଁ ସହମତି ପ୍ରକାଶ କରିଥିଲେ । ତେବେ ଇତି ମଧ୍ୟରେ ଏପ୍ରେଲ୍ ୬ ତାରିଖରୁ ଏପ୍ରେଲ୍ ୧୨ ତାରିଖ ପର୍ଯ୍ୟନ୍ତ ପିଡିତାଙ୍କ ସହ ଅଭିଯୁକ୍ତ ବନପାଳ ଶାରିରିକ ସମ୍ପର୍କ ରଖିଥିଲେ । ଏହାପରେ ବୁଝା ସୁଝା କରି ପିଡିତାଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିଲେ । ପରେ ଅଭିଯୁକ୍ତ ବନପାଳ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଦିନ ଗଡାଇ ଚାଲିଥିଲେ । ଇତି ମଧ୍ୟରେ ଅଭିଯୁକ୍ତ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ଜାଣିବାକୁ ପାଇବା ପରେ ବନପାଳଙ୍କୁ ପଚାରିବାରୁ ସେ ଧମକ ଦେବା ସହ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିଥିଲେ । ତେଣୁ ବାଧ୍ୟ ହୋଇ ପିଡିତା ଜଣକ ମାଲକାନଗିରି ଏସ.ଡି.ଜେ.ଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏସ.ଡି.ଜେ.ଏମଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୋଲିସ ଥାନା କେସ୍ ନମ୍ବର ୨୪୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବନପାଳଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

0
0
0
s2sdefault