"ଅମର ସେବା ଦିବସ" ଅବସରରେ "ସେବା" ପକ୍ଷରୁ ରକ୍ତଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର /ରମାକାନ୍ତ ବିଶ୍ବାଳ : ରବିବାର "ଅମର ସେବା ଦିବସ" ପାଳନ ଅବସରରେ ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ "ସେବା" ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ "ସେବା" ଅନୁଷ୍ଠାନ ର ସମସ୍ତ ସଦସ୍ୟ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ l "ସେବା" ର ଅଧ୍ୟକ୍ଷ ଅମର ତାଣ୍ଡିଆଙ୍କ ନେତୃତ୍ୱ ରେ ସମସ୍ତ କୋଭିଡ ଗାଇଡ ଲାଇନ ଅନୁସାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ସମୁଦାୟ ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା I ଓଡିଶା ସାମ୍ବାଦିକ ସଂଘ (ଓ଼ଜେୟୁ) ସମ୍ବଲପୁର ଜ଼ିଲ୍ଲା ସଭାପତି ହିମାଂଶୁ ଶେଖର ମିଶ୍ର, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା, ବିଜୁ ଯୁବ ଜନତା ଦଳ ଜ଼ିଲ୍ଲା ସଭାପତି ଲଷ୍ମୀ ପ୍ରସାଦ ମହାପାତ୍ର, "ସେବା" ର ଉପଦେଷ୍ଟା ଗୌରୀ ଶଙ୍କର ମିଶ୍ର, ସରୋଜ ସାହୁ, ସୁଧାଂଶୁ ମହାରଣା, ସୁଶାନ୍ତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I "ସେବା" ର ପ୍ରଶାନ୍ତ ମିଶ୍ର, ପ୍ରମୋଦ ସେଠ, ଦେବାଶିଷ ବେହେରା, ସୁପ୍ରିତ ନାୟକ, ଅନିଲ କୁମାର ପାଣିଗ୍ରାହୀ, ଇନ୍ଦ୍ରଜିତ ବାରିକ, ବିଶ୍ୱଜିତ ରାଉତ, ପଦ୍ମନାଭ ବାରିକ, ଦିବସ କୁମାର ନାୟକ, ଅରବିନ୍ଦ ପାଣିଗ୍ରାହୀ, ଅନିଲ କୁମାର ଦାସ,ସଂଜୀବ ପାଣିଗ୍ରାହୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ I ସମ୍ବଲପୁର ରକ୍ତ ଭଣ୍ଡାର ର ଲେବ୍ରୋଟୋରୀ ଟେକନିସିଆନ ସନ୍ତୋଷ ଗୌଡ଼, କାଉନସିଲର କାମଦେବ ପଟେଲ, ଗୀତାଞ୍ଜଳି ହୋତା, ଦୀପିକା ଭୋଇ, ଓଁ ପ୍ରକାଶ ଖଣ୍ଡାୟତ ରକ୍ତ ସଂଗ୍ରହ କରିଥିଲେ I

0
0
0
s2sdefault