ସେଲ ଅଧୀନରେ ଥିବା ଅନେକ ଗେଷ୍ଟ ହାଉସ ଜଣେ ସ୍ୱତନ୍ତ୍ର ଠିକାଦାରକୁ ଟେକିଦେବା ପଛରେ ସେଲ କତ୍ତୃପକ୍ଷଙ୍କ କି ସ୍ୱାର୍ଥ ରହିଛି
ରାଉରକେଲା/ ଶାସକ ପ୍ରଶାସକ:- ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ମହାନଗର ନିଗମ ଅଧୀନରେ ରହିଥିବା ଷ୍ଟିଲପ୍ଲାଣ୍ଟ ନିଜର ସେଲ କର୍ମଚାରୀ ମାନଙ୍କ ପାଇଁ ବିଭିନ୍ନ ସେକ୍ଟର ଗୁଡ଼ିକରେ ସୁବିଧା ଅସୁବିଧାରେ ରହଣି ପାଇଁ ଗେଷ୍ଟହାଉସେ ଖାଦ୍ୟପେୟ ପାଇଁ କ୍ୟାଣ୍ଟିନ ବ୍ୟବସ୍ଥା ରହିଥିବା ବେଳେ ରାଉରକେଲା ୧୯ ନମ୍ବର ସେକ୍ଟର ଅଞ୍ଚଳରେ ଥିବା ଇସ୍ପାତ ଜେନେରାଲ ହସ୍ପିଟାଲ ସନ୍ନିକଟରେ ରହିଥିବା ଇସ୍ପାତ ନିବାସ ଗେଷ୍ଟ ହାଉସକୁ ଜଣେ ସ୍ୱତନ୍ତ୍ର ବ୍ୟକ୍ତିଙ୍କୁ ପାଖାପାଖି ୨୩ ବର୍ଷରୁ ଉର୍ଦ୍ଧ୍ବ ସମୟଧରି କେଉଁ ସ୍ୱାର୍ଥରେ ଟେକିଦେଇଛନ୍ତି ସେଲ କର୍ତ୍ତୃପକ୍ଷ ବୋଲି ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଏବେ ଚର୍ଚ୍ଚାର ବିଷୟ ହୋଇଛି |
ପ୍ରାପ୍ତ ସୂଚନାରୁ ଜଣାପଡିଛି କୁଆଡ଼େ ଇସ୍ପାତ ନିବାସ ସମୟ ଥିଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ପିଜି କରିବା ପାଇଁ ଆସୁଥିବା କନିଷ୍ଠ ଡାକ୍ତରଙ୍କ ହଷ୍ଟେଲ ରହିଥିଲା | ପରବର୍ତ୍ତୀ ସମୟରେ ଡାକ୍ତରମାନଙ୍କ ରହଣି ପାଇଁ ସେକ୍ଟର ୫ରେ ସେସ୍ପିଆଲ ହଷ୍ଟେଲ ତିଆରି ହେବାପରେ ଇସ୍ପାତ ନିବାସକୁ ଗେଷ୍ଟହାଉସ ରୂପରେଖ ଦେଲା ଷ୍ଟିଲପ୍ଲାଣ୍ଟ | ସେଲ ଷ୍ଟିଲପ୍ଲାଣ୍ଟ ପକ୍ଷରୁ ଯେଉଁ ଆଭିମୁଖ୍ୟ ରଖି ଇସ୍ପାତ ନିବାସରୁ ଇସ୍ପାତ ନିବାସ ଗେଷ୍ଟହାଉସ କଲେ ତାହାର ମୁଖ୍ୟ ପ୍ରସଙ୍ଗ ହେଲା ଷ୍ଟିଲପ୍ଲାଣ୍ଟ ଅଧୀନରେ କାର୍ଯ୍ୟରତ ଥିବା କର୍ମଚାରୀମାନଙ୍କ ପରିବାର କିମ୍ବା ନିଜ କୌଣସି କାରଣବଶତଃ ଚିକିତ୍ସିତ ହେବାପାଇଁ ମେଡିକାଲ କାର୍ଯ୍ୟରେ ଆସିଲେ ସୁବିଧା ଅସୁବିଧା ପାଇଁ ଗେଷ୍ଟ ହାଉସରେ ରହି ମେଡିକାଲ ଭିତରେ ଭର୍ତ୍ତି ହୋଇଥିବା ପେସେଣ୍ଟମାନଙ୍କ ଦେଖରେଖ ପାଇଁ ଉପଯୋଗ କରାଯିବ | ତାହାକୁ ଦୃଷ୍ଟି ଆଗରେ ରଖି ଇସ୍ପାତନିବାସ ଗେଷ୍ଟ ହାଉସ ରୂପେ ପରିଚିତ କରାଯାଇଥିଲା | ହେଲେ ସେଲ କର୍ମଚାରୀଙ୍କ ଉତ୍ତମ ରହଣି ନିମନ୍ତେ ଉପଯୋଗ କରାଇବା ବଦଳରେ ପାଖାପାଖି ୨୩ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲାଣି ଗୋଟିଏ ଠିକାଦାରଙ୍କ ହାତରେ ଟେକି ଦେଇଛନ୍ତି ସେଲ କର୍ତ୍ତୃପକ୍ଷ |ସେଲ କର୍ମଚାରୀଙ୍କ ପରିବାର ଅସୁବିଧାବଶତଃ ଆସୁଥିବା ବେଳେ ଖାଦ୍ୟପେୟ ବ୍ୟବସ୍ଥା ମଧ୍ୟ ନକରି ଓଲଟା ତାଙ୍କୁ ଅପମାନିତ କରୁଥିବା ଅନେକ ଗେଷ୍ଟ ହାଉସରେ ରହିଥିବା ସେଲ କର୍ମଚାରୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହେଉଛି | ତେଣୁ ଇସ୍ପାତ କାରଖାନାର ସମ୍ପତ୍ତି କେଉଁ ସ୍ୱାର୍ଥରେ ସେଲପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ବର୍ଷବର୍ଷ ଧରି ଗେଷ୍ଟହାଉସକୁ ଟେକି ଦେଇଛନ୍ତି ଷ୍ଟିଲପ୍ଲାଣ୍ଟ ଅଧିକାରୀ | ଷ୍ଟିଲପ୍ଲାଣ୍ଟ କର୍ମଚାରୀଙ୍କ ପାଇଁ ଉପଯୋଗ ହେବା ଜାଗାରେ ଠିକାଦାର ଗେଷ୍ଟହାଉସକୁ ହୋଟେଲ ଭଳି ବ୍ୟବସାୟରେ ଲଗାଉଥିବା ଅଭିଯୋଗ ହୋଇ ଆସୁଛି | ସେହିପରି ଅସୁସ୍ଥତା ଯୋଗୁଁ ଇସ୍ପାତ ଜେନେରାଲ ମେଡିକାଲକୁ ଚିକିତ୍ସିତ କରାଇବା ପାଇଁ ଆସୁଥିବା ସେଲ କର୍ମଚାରୀଙ୍କ ପରିବାର ପାଇଁ ରହଣି ପାଇଁ ଇସ୍ପାତ ଜେନେରାଲ ମେଡିକାଲ ସମ୍ମୁଖରେ ତିଆରି ତିଆରି ହୋଇଥିବା ନୂତନ ଗେଷ୍ଟ ହାଉସକୁ ମଧ୍ୟ କେଉଁ ସ୍ୱାର୍ଥରେ ବିନା କୌଣସି ଟେଣ୍ଡର ପ୍ରକ୍ରିୟା କରି ସେହି ପୁରୁଣା ଠିକାଦାର ଟେକିଦିଆଗଲା ତାହା ଏବେ କର୍ମଚାରୀଙ୍କ ଭିତରେ ଚର୍ଚ୍ଚାର ବିଷୟ ପାଲଟିଛି | କିଛି ଅସାଧୁ ଅଧିକାରୀଙ୍କ କିଆଧରା ବୋଲି କର୍ମଚାରୀ ମାନେ ଅଭିଯୋଗ କରୁଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷ ଏ ଅଭିଯୋଗର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି |