କାଶୀପୁର ବ୍ଲକରେ ସ୍ୱଚ୍ଛ ଭାରତ ମିଶନରେ ଅସ୍ଵଛତା 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ତିଆରି ହୋଇଥିବା ଶୌଚାଳୟରୁ ଏବେ ଦୁର୍ନୀତିର ଗନ୍ଧ ଭଣଭଣ 

ଏଇ ପାଇଖାନାକୁ ଦେଖିଲେ ବାହ୍ୟ ମଳମୁକ୍ତ ଗାଁ କଦମଚରାର ଲୋକ କୋଉ ପାଇଖାନାକୁ ଯାଉଥିବେ ତାହା ଜଳଜଳ  |

କାଶୀପୁରରୁ ବୈକୁଣ୍ଠ ଦୁରିଆ: -ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ପଞ୍ଚାୟତର ତିଆରି ହୋଇଥିବା ଶୌଚାଳୟର ଦୁର୍ନୀତିର ଗନ୍ଧ ଏବେ ବାହାରୁଛି । ଏ ଅଞ୍ଚଳର ଜନତାଙ୍କ ଉନ୍ନତି ହେଲେ ନହେଲେ ଯନ୍ତ୍ରୀ ଠିକାଦାର କିନ୍ତୁ ରାତାରାତି ମାଲାମାଲ । ଏମିତି ଏକ ଯୋଜନା ହେଉଛି ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ନିର୍ମାଣ ହୋଇଥିବା ଶୌଚାଳୟ | ଅଞ୍ଚଳକୁ ସ୍ୱଚ୍ଛ ରଖିବା ପାଇଁ ଶୌଚାଳୟ ନିର୍ମାଣ କରିବାକୁ ସରକାର ପ୍ରତି ପରିବାରକୁ ଦେଇଛନ୍ତି ୧୨ହଜାର ଟଙ୍କା | ହେଲେ ଗୋଡିବାଲି ପଞ୍ଚାୟତର କଦମଚରା ଗ୍ରାମରେ ସ୍ୱଚ୍ଛ ଭାରତ ମିଶନରେ ନିର୍ମାଣ ହୋଇଥିବା ଶୌଚାଳୟର ଦୃଶ୍ୟ ଦେଖିଲେ ସହଜରେ ଅନୁମେୟ ଯେ କେତେ ଖର୍ଚ୍ଚ ହୋଇଛି | ଇଏ ଭାତ ହାଣ୍ଡିରୁ ଗୋଟେ ଚିପିଲା ପରି, ଗଣିଲେ ତ ଅନେକ ବାହାରିବ | ମୋଟାମୋଟି ଭାବେ ଏଠି  ସ୍ୱଚ୍ଛ ଭାରତ ମିଶନ ବାଟବଣା ହୋଇଥିବା ଦେଖିବାକୁ ମିଳିଛି । ସ୍ୱଚ୍ଛ ଭାରତ ମିଶନ ଦାୟିତ୍ୱରେ ଥିବା ଯନ୍ତ୍ରି ବାବୁଙ୍କର ବେପୁରୁଆ ନିତି ଯୋଗୁଁ ଏସବୁ ଯୋଜନା ଫେଲ ମାରିଥିବା ଅଭିଯୋଗ ହେଉଛି | 

0
0
0
s2sdefault