ଠିକାଦାର-ଅଧିକାରୀ ମଧୁର ବୁଝାମଣା: ଯୋଜନା ବାଟବଣା !

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ସୋଲାର  ପ୍ରୋଜେକ୍ଟ : ଲୋକଙ୍କ ଜିନିଷ ଲୋକଙ୍କ କାମରେ ଲାଗୁନି , ଚେଇଁ ଶୋଇଛନ୍ତି ବିଭାଗୀୟ ଅଧିକାରୀ !!

ନୂଆଗାଁ/ସୁବ୍ରତ ପରିଡ଼ା:  ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ଙ୍କ ବିକାଶ ତଥା ବିଛିନ୍ନ ଅଂଚଳ ତଥା କମ ଜନସାଧାରଣ ବସବାସ କରୁଥିବା ଲୋକଙ୍କ ପାଇଁ  ମୌଳିକ ସୁବିଧା ପାନୀୟ ଜଳ ସୋଲାର ମାଧ୍ୟମରେ ପାନୀୟ ଜଳ ଯୋଗାଣ ହୋଇଛି | ଏଥିରେ (ଆରଡ଼ବ୍ଲୁଏସଏସ ) ମାଧ୍ୟମରେ କିଛି ପ୍ରକଳ୍ପ ହୋଇଥିବା ବେଳେ କିଛି ପଂଚାୟତରେ ଟଙ୍କା ଖର୍ଚ୍ଚ କରାଯାଇ ପ୍ରକଳ୍ପ କରାଯାଇଛି । କିନ୍ତୁ  ତାହା  ମେଣ୍ଟେନାନ୍ସ ଦାଇତ୍ୱ ନିଆଯାଉ  ନଥିବାରୁ  ବିଭିନ୍ନ ପଂଚାୟତରେ ଅଚଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି।

 ଏଥିସହ ଏଷ୍ଟିମେଣ୍ଟ ଓ ଟେଣ୍ଡରରେ  ଅଧିକ ଅର୍ଥ ହେରେଫେର ହୋଇଥିବା ଅଭିଯୋଗ ହୋଇଛି । ଏମିତିକା ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର  ବିଭିନ୍ନ ପଂଚାୟତରୁ |  କେଉଁଠି ଆରମ୍ଭରୁ ଖରାପ ତ କେଉଁଠି କିଛିଦିନ ଚାଲିଲା ପରେ ଖରାପ ହୋଇ ପଡ଼ିରହିଛି ||

ଫଳରେ ସରକାରୀ ଅର୍ଥ ଖର୍ଚ୍ଚ ହେଲା ଲୋକଙ୍କ କାମରେ ଲାଗିପାରିଲା ନାହିଁ | ଫଳରେ ଅଂଚଳର ବୁଦ୍ଧିଜୀବୀ  ସମାଜସେବୀ ମାନେ  ସରକାରୀ ବାବୁଙ୍କ ଅବହେଳାକୁ ଦାୟୀ କରିଛନ୍ତି । ଏହି ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲୁ |ସେ କହିଥିଲେ ଆମର ( ଆର୍ ଡବ୍ଲୁ ଏସ ଏସ ) ମାଧ୍ୟମରେ ସମୁଦାୟ  ନୂଆଗାଁ ବ୍ଲକରେ  (୨୨)ଟି ପଂଚାୟତରେ (୨୭)ଟି ଜଳ ଯୋଗାଣ ପ୍ରକଳ୍ପ ହୋଇଛି |  ସେଥୀରୁ ପାଞ୍ଚଗୋଟି ଖରାପ ଅଛି,  ଜିଲାପାଳ ମଧ୍ୟ ଜାଣିଛନ୍ତି || କମ୍ପାନୀ ଠିକରେ ରିପେୟାରିଂ କରୁନଥିବା କହିଛନ୍ତି | 

କିନ୍ତୁ କମ୍ପାନୀ ଠିକରେ ରିପେୟାରିଂ କରୁନଥିବା ବେଳେ କରାଇବା କାହା କାମ ? କମ୍ପାନୀ କରୁନି କି କଥା ମାନୁନି , ଏହା କାହାର ଅପାରଗତା ? କିଏ ଏହାର ଉତ୍ତରଦାୟିତ୍ୱ ନେବ ? କମ୍ପାନୀ ଓ ପ୍ରଶାସନର ଭୁଲ୍ ଲାଗି ଜନସାଧାରଣ ସେବା ପାଇବାରୁ କାହିଁକି ବଂଚିତ ହେବେ ? 

ଲୋକଙ୍କ ଭିତରେ ହେଉଥିବା ଚର୍ଚା ଅନୁଯାୟୀ ଦାୟିତ୍ୱ କାନ୍ଧରୁ ଖସାଇବା ପଛରେ ମୁଖ୍ୟ କାରଣ ହେଉଛି ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଅପ୍ରକାଶ୍ୟ ମଧୁର ବୁଝାମଣା | ଯେଉଁଥିପାଇଁ ସରକାରଙ୍କ ଲୋକହିତକର ଯୋଜନା ବାଟବଣା | 

ଏ ଦିଗରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ରହସ୍ୟ ପଦାକୁ ଆସିବ ବୋଲି ବିଭିନ୍ନ ବୁଦ୍ଧିଜୀବୀ ଅଭିଯୋଗ ଆଣିଛନ୍ତି । ତେଣୁ ପ୍ରଶାସନ ସର୍ବୋପରି ବିଭାଗୀୟ ଅଧିକାରୀ ଟିକେ ଆନ୍ତରିକତା ଦେଖାଇଲେ ତେବେ ଏହି ପାନୀୟ ଜଳ ପ୍ରକଳ୍ପ ଗୁଡିକ ସୁଚାରୁ ରୂପେ କାର୍ଯ୍ୟକାରୀ ହୋଇପାରନ୍ତା ବୋଲି ସ୍ଥାନୀୟ ବାସିନ୍ଦା ମତବ୍ୟକ୍ତ କରିଛନ୍ତି | 

 

0
0
0
s2sdefault