ବିଧାୟିକା କୁସୁମ ଟେଟେଙ୍କ ପ୍ରୟାସ ହେଲା ସଫଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବହୁ ପ୍ରତିକ୍ଷୀତ ଇବ ବ୍ୟାରଜ ପାଇଁ  ୨୨୧କୋଟି ମଂଜୁର କଲେ ରାଜ୍ୟ ସରକାର 

 ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ :-ସୁନ୍ଦରଗଡ଼ ବାସୀଙ୍କ ବହୁ ପ୍ରତିକ୍ଷୀତ ଇବ ବ୍ୟାରାଜ ନିର୍ମାଣ ପାଇଁ ରାଜ୍ୟ ସରକାର ୨୨୧ କୋଟି ଟଙ୍କାର ଅଟକଳ ମଞ୍ଜୁରୀ ଦେଇଛନ୍ତି | ଶ୍ରୀମତୀ କୁସୁମ ଟେଟେ  ବିଧାୟିକା ହେବା ପର ଠାରୁ ସୁନ୍ଦରଗଡ଼ ବାସୀଙ୍କ ଏହି ମୁଖ୍ୟ ସମସ୍ୟା ପାଇଁ ବାରମ୍ବାର ଲଢେଇ କରି ଶେଷରେ  ପ୍ରୟାସ ସଫଳ ହୋଇଛି ଯାହାକୁ ନେଇ ଅଞ୍ଚଳବାସୀ ଙ୍କ ମଧ୍ୟରେ ଖୁସିର ଲହର ସୃଷ୍ଟି ହୋଇଛି | କେନ୍ଦ୍ର ସରକାରଙ୍କ ଜିଲ୍ଲା ଖଣିଜପାଣ୍ଠି ଗଠନ ହେବା ପରେ ସୁନ୍ଦରଗଡ଼ରେ ପ୍ରଥମ ବୈଠକରେ ଅଞ୍ଚଳବାସୀଙ୍କ ପାଣି ଓ ଚାଷ ସମସ୍ୟା ଦୂର କରିବା ପାଇଁ ଇବ ବ୍ୟାରେଜ ଜରୁରୀ ବୋଲି ସର୍ବଶମତି କ୍ରମେ ବୈଠକରେ ମତ ପ୍ରକାଶ ପାଇଥିଲା  | ଏହାକୁ ନେଇ ତତ୍କାଳୀନ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ ରାଜ୍ୟ ସରକାରଙ୍କୁ ଏହି ପ୍ରସ୍ତାବ ଦେଇଥିଲେ କିନ୍ତୁ ତାର କିଛି ଦିନ ପରେ ଜିଲ୍ଲାପାଳ ଅନ୍ୟତ୍ର ବଦଳି ହୋଇଯାଇଥିଲେ  | ଏହା ପରେ ସୁରେନ୍ଦ୍ର କୁମାର ମୀନା ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ଯୋଗ ଦେବା ପରେ ଅଞ୍ଚଳବାସୀଙ୍କ ଆଶା ପୁଣି ଥରେ ପ୍ରଫୁଲିତ ହୋଇଥିଲା  ଏବଂ ଏହାର ପ୍ରଥମ ଅଟକଳ ୮୫ କୋଟି ଟଙ୍କା ବ୍ୟୟ କରାଯାଇଥିଲା କିନ୍ତୁ ପରବର୍ତୀ ସମୟରେ ରାଜ୍ୟ ସରକାର ପ୍ରସ୍ତାବିତ ଦରବାରଟାଙ୍ଗର ଠାରେ ଏହି ବ୍ୟାରେଜ ନିର୍ମାଣ ସମ୍ଭବ ନୁହେ ବୋଲି କହି ଏହି ପ୍ରସ୍ତାବ ଉପରେ ରୋକ ଲଗେଇଦେଲେ ସେହିଦିନ ଠାରୁ ଏହି ପ୍ରକଳ୍ପର ଫାଇଲ ନାଲି ଫିତା ତଳେ ଚାପି ହୋଇ ରହି ଯାଇଥିଲା  |

କିନ୍ତୁ ୨୦୧୯ ରେ ବିଧାୟିକା ଭାବେ ଶ୍ରୀମତୀ  ଟେଟେ ନିର୍ବାଚିତ ହେଲାପରେ ପ୍ରଥମେ ଜିଲ୍ଲାପାଳଙ୍କ ଠାରେ ଦାବି ଜଣାଇଲା ପରେ ଆଉ ଚୁପ ହୋଇ ବସି ନରହି ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଜଳସେଚନ ସଚିବ, ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟି ବିକଳ୍ପ ସ୍ଥାନ ଖୋଜିବା ସହ ଏହାର ନୂତନ ଅଟକଳ ବନେଇ ଏହି ପ୍ରକଳ୍ପ କିପରି ହେୟୀ ପାରିବ ସେନେଇ ଲଗାତାର ପ୍ରୟାସ ଜାରି ରଖିଥିଲେ |  ତାଙ୍କ ନିର୍ବାଚନ ମଣ୍ଡଳୀ ର ଅନ୍ୟ କେତୋଟି ନଦୀ ଉପରେ ବ୍ୟାରେଜ ନିର୍ମାଣ ନେଇ ପ୍ରସ୍ତାବ ରଖିଥିଲେ, ଶେଷରେ ବିଧାୟିକା ଙ୍କ ପ୍ରୟାସ ସଫଳ ହେଲା ରାଜ୍ୟ ସରକାର ଇବ ନଦୀର କୋପସିଂହା ଠାରେ ବ୍ୟାରେଜ ପାଇଁ ୨୨୧କୋଟି ମଞ୍ଜୁର କରିବା ସହ କୁଡାବଗା ଓ କିଞ୍ଜିର୍ମା ଠାରେ ଜଳ ଗଛିତ ରହିବା ପାଇଁ ଆଉ ଦୁଇଟି ବ୍ୟାରେଜ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି, ଏହା ସହ ବିଧାୟିକା ଦେଇଥିବା ବସୁନ୍ଧରା, ଇଚ୍ଛା ଓସଫେଇ ନଦୀ ଉପରେ କେତୋଟି ବ୍ୟାରେଜ ପାଇଁ ଦେଇଥିବା ପ୍ରସ୍ତାବ ଉପରେ ରାଜ୍ୟ ସରକାର ତର୍ଜମା କରୁଛନ୍ତି ବୋଲି ସୂଚନା ମିଳିଛି |

0
0
0
s2sdefault