ହେଡଲାଇନସ୍:

ମାଓ ପ୍ରବଣ ମହାଲିକପଡା ପଞ୍ଚାୟତ ରେ ଦୁର୍ନୀତି ଓ ଅନୀୟମିତତା !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

   ୧୦ ଦିନ ମଧ୍ୟରେ ବିଚାର ନହେଲେ ଆମରଣ ଅନଶନ ପାଇଁ ଚେତାବନୀ

ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବଣ ପାହାଡ ଘେରା ମଧ୍ୟରେ ଥିବା ମାଓ ପ୍ରଭାବିତ ମହାଲିକପଡା ପଞ୍ଚାୟତ ରେ ସରକାରି ନୀତିନିୟମ କୁ ଜଳାଜଂଳି ଦେଇ ମିଥ୍ୟା ତଥ୍ୟ ଓ ଜାଲ କାଗଜପତ୍ର ବଳରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଞ୍ଚାୟତ କୁ  ସାମୁହିକ ବିକାଶ ପାଇଁ ଆସୁଥିବା ଅନୁଦାନ କୁ ହରିଲୁଟ କରାଯାଉଥିବା ନେଇ ବିଡିଓ ଙ୍କ  ନିକଟରେ ସ୍ଥାନୀୟ ଲୋକେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ପ୍ରାପ୍ତ ଅଭିଯୋଗ ମତେ ମହାଲିକପଡା ପଞ୍ଚାୟତ ର ବିଭିନ୍ନ ଗ୍ରାମ ର ଲୋକଙ୍କ ଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ହିତାଧିକାରୀ ଚୟନ ତାଲିକାରେ ନାଁ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ଲକ ଷ୍ଟାପ ଙ୍କ ଖର୍ଚ୍ଚ ଆଳରେ ସ୍ଥାନୀୟ ସରପଞ୍ଚ ଉମେଶ ଚନ୍ଦ୍ର ପାତ୍ର , ସମିତି ସଭ୍ୟ ଏବଂ ପିଇଓ ଗୁରୁଚରଣ ସେଠୀ ପ୍ରତି ହିତାଧିକାରୀ ଙ୍କ ପିଛା ୩ ହଜାର ଟଙ୍କା ଅସୁଲି କରିଆସୁଛନ୍ତି । ସେହିପରି ବିନା ପଲିସଭାରେ ଯାବର ଗ୍ରାମ ଠାରୁ କମାର ସାହି ପର୍ଯ୍ୟନ୍ତ ଆରଡି ରାସ୍ତା ଉପରେ ବେଆଇନ ଭାବେ ଲକ୍ଷାଧିକ ଟଙ୍କା ର ପଞ୍ଚାୟତ ଅନୁଦାନ ଖର୍ଚ୍ଚ କରି ଉଦେଶ୍ୟ ମୁଳକ ଭାବେ ଅର୍ଥ ହରିଲୁଟ କରାଯାଉଥିବା ଅଭିଯୋଗ ହେଇଛି । ସେହିଭଳି ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଆଲୋକିକରଣ ପାଇଁ କାର୍ଯ୍ୟକାରି ହୋଇଥିବା ଷ୍ଟ୍ରିଟ ଲାଇଟ ପ୍ରକଳ୍ପ ଗୁଡିକରେ ନିମ୍ନମାନର ଲାଇଟ ଓ ବୈଦ୍ୟୁତିକ ସାମଗ୍ରୀ ଲଗାଯାଇ ବ୍ୟାପକ ଅର୍ଥ ହେରଫେର କରାଯାଇଥିବା ଦର୍ଶାଯାଇଛି । ଜୁନ ମାସ ୧୫ ତାରିଖ ପରେ ମାଟି ଖନନ କାର୍ଯ୍ୟ ନ କରିବା ପାଇଁ ସରକାରୀ କଟକଣା ରହିଥିବା ସତ୍ୱେ ଏହି ପଞ୍ଚାୟତର ଭାବପୁର ଗ୍ରାମ ରେ ଥିବା ଏକ ଗୋଚର ଜମି ଉପରେ ସରପଞ୍ଚ ଙ୍କ ଦ୍ୱାରା ଜେସିବି ଓ ଟ୍ରାକ୍ଟର ଲଗାଇ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ପୋଖରି ଖନନ କରିବା ଘଟଣା କୁ ଗ୍ରାମବାସୀ ଙ୍କ ବିରୋଧ ସତ୍ୱେ ବଳ ପୁର୍ବକ ଖୋଳା ଯାଉଥିବା ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ସରକାର ପଞ୍ଚାୟତରାଜ ଜରିଆରେ ଲୋକଙ୍କ ନିକଟକୁ ଅଧିକରୁ ଅଧିକ ସରକାରୀ ଯୋଜନା ଓ ସେବା ପହଞ୍ଚାଇବା ଲକ୍ଷରେ ଆବଶ୍ୟକତା କୁ ଆଖି ଆଗରେ ନୂତନ ପଞ୍ଚାୟତ ଗଠନ ଉପରେ ଗୁରୁତ୍ୱାରୋପ ଦେଇ ଆସୁଛନ୍ତି । ଏହି କ୍ରମରେ ପୁର୍ବରୁ କୁଶଙ୍ଗ ପଞ୍ଚାୟତ ରେ ଥିବା ଜାବର , ମହାଲିକପଡା , ନୁଆପଡା , ସାତଖଣ୍ଡ , ଧାଡିଆମ୍ବ , କୁଟିବାରି , ହିଜଂଳ , ପଇଦାଭୁଇଁ , ସଂକୁରି , ପଦ୍ମତୋଳା , ଶ୍ରୀପାଜୁ ଆଦି ଗ୍ରାମକୁ ନେଇ ଗତ ୨୦୧୬ ମସିହାରେ ମହାଲିକପଡା ପଞ୍ଚାୟତ ଗଠନ ହୋଇଥିଲା । ମାଓ ପ୍ରବଣ ଏହି ଦୁର୍ଗମ ଅଚଂଳ ରେ ନୁତନ ପଞ୍ଚାୟତ ଗଠନ ହେବାପରେ ଅଚଂଳ ର ସାମୁହିକ ବିକାଶ କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଦେଇଥିଲା । ହେଲେ ପଞ୍ଚାୟତର ବିକାଶ ଓ ଜନସାଧାରଣ ଙ୍କ ସୁବିଧା ପାଇଁ ଆସୁଥିବା ଯୋଜନା ର ଅନୁଦାନ କୁ ନିର୍ବାଚିତ ସରପଞ୍ଚ , ସମିତି ସଭ୍ୟ ଓ ଦାଇତ୍ୱରେ ଥିବା ପିଇଓ ଅସଦ ବିନିଯୋଗ କରିବା ଘଟଣା ର ତଦନ୍ତ କରି ଆସନ୍ତା ୧୦ ଦିନ ମଧ୍ୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାନଗଲେ ବାଧ୍ୟ ହୋଇ ପଞ୍ଚାୟତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ଚରମ ଚେତାବନି ଦେଇଛନ୍ତି । ସେହିଭଳି ଅଭିଯୋଗ ର ଏକକିତା ନକଲ ବୌଦ୍ଧ ଜିଲ୍ଲାପାଳ , ପିଡି ଡିଆର୍ଡିଏ , ଡିପିଓ , ବ୍ଲକ ଅଧ୍ୟକ୍ଷ ଓ ହରଭଙ୍ଗା ଥାନା କୁ ପ୍ରଦାନ କରାଯାଇଥିବା ଜଣାପଡିଛି । ଏ ନେଇ ହରଭଙ୍ଗା ବିଡିଓ ରବିନ୍ଦ୍ରନାଥ ସତପଥି ଙ୍କୁ ପଚାରିବାରୁ ସେ ଅଭିଯୋଗ ପାଇଛୁ । ତାର ତଦନ୍ତକରି ବିହିତ କାର୍ଯ୍ୟାନୁଷ୍ଠାନ  ନେବୁ ବୋଲି କହିଥିଲେ । 

0
0
0
s2sdefault