ହେଡଲାଇନସ୍:

ପୁରୁଣାକଟକ ବନାଂଚଳ ସ୍ତରୀୟ ୬୯ ତମ ବନ ମହୋତ୍ସବ  ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

06-07-18-baud-bana.jpg - 57.61 kB

ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧା ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ରେଞ୍ଜ ଅନ୍ତର୍ଗତ ମଣିପୁର ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବନ ବିଭାଗ ତରଫରୁ ୬୯ତମ ବନମହୋସôବ ଏବଂ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରେ ଅନୁଷ୍ଠିତ  ଏକ ସଭାରେ ହରଭଙ୍ଗା ବ୍ଲକ ସମିତି ଅଧ୍ୟକ୍ଷ ବିଶ୍ୱଜିତ୍ ମିଶ୍ର ମୁଖ୍ୟ ଅତିଥି ଏବଂ ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ, ହରଭଙ୍ଗା ତହସିଲଦାର ସୁବ୍ରତ କୁମାର ପାତ୍ର, ହରଭଙ୍ଗା ବ୍ଲକ ଉନ୍ନୟନ ଅଧିକାରୀ ରବିନ୍ଦ୍ର କୁମାର ଶତପଥି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଥିଲେ । ସି.ଆର୍.ସି.ସି ରବିନାରାୟାଣ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ପୁରୁଣାକଟକ ବନାଂଚଳ ଅଧିକାରୀ ରଞ୍ଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅତିଥି ମାନଙ୍କ ଦ୍ୱାରା ଦେବଦାରୁ, ବଉଳ, କଦମ୍ବ, ମଇସୁର କୁଇନ୍ ଇତ୍ୟାଦି ଗଛ ଲଗାଯାଇଥିଲା । ଚଳିତ ବର୍ଷ ପୁରୁଣାକଟକ ବନାଂଚଳରେ ୫୦୦୦୦ ଚାରା ବିଭିନ୍ନ ନର୍ସରୀରୁ ବଂଟନ କରାଯିବା ସଂଙ୍ଗେ ସଂଙ୍ଗେ ବିଭିନ ବନୀକରଣ ଯୋଜନାରେ ପ୍ରାୟ ୧୫୦୦୦୦ ଚାରା ରୋପଣ କରାଯିବ ବୋଲି ବନାଂଚଳ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଉସôବରେ ପୁରୁଣାକଟକ ବନପାଳ ରାଧେଶ୍ୟାମ କାମ୍ପ, ଚାରିଛକ ବନପାଳ ଏମ୍. ପ୍ରସାଦ ରାଓ, ବନରକ୍ଷୀ ସୁନୀଲ କୁମାର ପ୍ରଧାନ, ଅନୁସୟା ଦେହୁରୀ, ଅଞ୍ଜଳୀ ନାଗ, ବିକାଶ ରଂଜନ ମିଶ୍ର, ପ୍ରମୋଦ କୁମାର ବେହେରା ଙ୍କ ସମେତ ମଣିପୁର ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ । 

 

 

0
0
0
s2sdefault