ହେଡଲାଇନସ୍:

ପୁଇଁତଲା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତରେ ସାଂସଦ କଳିକେଶ,ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର କଲେ  ଶିଳାନ୍ୟାଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

05-07-18-balangir.jpg - 54.94 kB

ବଲାଙ୍ଗିର(ନିରୋଜ ମିଶ୍ର) 

ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓ ପୁଇଁତଲା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତକରି ଅନକ  ପାନୀୟ ଜଳ ଯୋଗାଣ ପ୍ରକଳ୍ପର  ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶିଳାନ୍ୟାଶ କରିଥିଲେ । ସାଉନ୍ତପୁର ଗ୍ରାମପଞ୍ଚାୟତର ଶିକାବହେଙ୍ଗା, ଲୁକାପଢା ଗ୍ରାମପଞ୍ଚାୟତର କୁଲଥିଆପାଲି,  ଜାମଗାଁ ଗ୍ରାମପଞ୍ଚାୟତର ବୁଢି ସିଣ୍ଢୋଲ, ବିଲେଇ ସର୍ଡା ଗ୍ରାମପଞ୍ଚାୟତର ବିଲେଇସର୍ଡା, ଅଙ୍କରିଆପଦର ଗ୍ରାମପଞ୍ଚାୟତର କେସେଇଦେଲା ଏବଂ ଖଲିଆପାଲି ଗ୍ରାମପଞ୍ଚାୟତର ମିଛାପାଲି ଗ୍ରାମ ମାନଙ୍କରେ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ରର ସ୍ଥାପନ କରିଥିଲେ । ସାଂସଦଙ୍କ ଗସ୍ତବେଳେ ଧାନର ସହାୟକ ମୁଲ୍ୟ ବୃଦ୍ଧି ସନ୍ତୋଷଜନକ  ନଥିବା କଥା ବିଭିନ୍ନ ଗ୍ରାମରେ ଲୋକେ ଅଭିଯୋ୍ଗ କରି ଆହୁରି ବୃଦ୍ଧିପାଇଁ ଦାବୀ ଜଣାଇଥିଲେ । ଏ ଦିଗରେ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ସୁରେଶ ନାଏକ, ଦାମୋଦର ସେଠ, ସନ୍ତୋସ ପଟେଲ, ରବି ପଧାନ, ରାଜକୁମାର ପଧାନ, ଗଣ୍ଡା ପଧାନ, ପିତବାସ ନାଏକ, ଅଶୋକ ନାଏକ, ରମେଶ ମେହେର, ଶ୍ରପତି ବାଗ, ସୀତାକାନ୍ତ ସାଏ, ଭରତ ଭୁଷଣ ସାଏ, ବିଷ୍ନୁ ପଟେଲ,କୈଳାଶ ମହାନ୍ତି , ପ୍ରହଲ୍ଲାଦ ସୁନା, ଦାମା ଦୋରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । 

0
0
0
s2sdefault