ସିନଜେଣ୍ଟା ଇଣ୍ଡିଆ ଲିମିଟେଡ ପକ୍ଷରୁ ଭଦ୍ରକ ମେଡିକାଲୁ ୫୦ଟି ହାଇଡ୍ରୋଲିକ୍ ବେଡ ପ୍ରଦାନ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ ବ୍ଲକ୍ (ସୀତାକାନ୍ତ ପାଢ଼ୀ):-ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ୫୦ ଗୋଟି ଉନ୍ନତମାନର ହାଇଡ୍ରୋଲିକ୍ ବେଡ ପ୍ରଦାନ କରିଛି ଆନ୍ତଜାତୀୟ କୃଷି ଭିତ୍ତିକ କମ୍ପାନୀ ସିନଜେଣ୍ଟା ଇଣ୍ଡିଆ ଲିମିଟଡେ | କୋରୋନା ସଂକ୍ରମିତକୁ ଦୃଷ୍ଟିରେ ରଖି ରୋଗୀଙ୍କ ସୁବିଧା ପାଇଁ ତଥା ମାନବ ଜାତିର ସୁରକ୍ଷା ପାଇଁ ଆଜି ଜିଲ୍ଲା ସ୍ବାସ୍ଥ୍ୟଅଧିକାରୀଙ୍କ ଉପସ୍ଥିତିରେ ଏହି ସମସ୍ତ ବେଡ଼ ପ୍ରଦାନ କରାଯାଇଛି | ଏଥିସହ ୫୦ ଟି ପିଲୋ ଓ ୫୦ଟି ବେଡ଼ସିଟ ମଧ୍ୟ ପ୍ରଦାନ କରିଛି କମ୍ପାନୀ | ତେବେ କୃଷି କ୍ଷେତ୍ରରେ କୃଷକଙ୍କ ଜୀବନ ଓ ଜୀବିକାକୁ ସୁରକ୍ଷା ଦେବା ଭିତରେ ମାନବ ଜୀବନର ମୂଲ୍ୟବୋଧକୁ ଗରୁତ୍ବ ଦେଇ ଦେଶର ବିଭିନ୍ନ ରାଜ୍ୟରେ ରୋଗୀମାନଙ୍କ ସୁବିଧା ପାଇଁ ସହଯୋଗର ହାତ ବଢାଇଛି ସିନଜେଣ୍ଟା ଇଣ୍ଡିଆ କମ୍ପାନୀ | ତେବେ ଓଡ଼ିଶାରେ ପ୍ରଥମ ପ୍ରର୍ଯ୍ୟାୟରେ ବାଲେଶ୍ବର,ଭଦ୍ରକ ବରଗଡ଼ ଓ ଭବାନୀପାଟଣା ମେଡିକାଲକୁ ଏହି ବେଡ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଉଛି | ଏହି କାର୍ଯ୍ୟକ୍ରମ ଆଗାମୀ ଦିନକୁ ମଧ୍ୟ ଜାରିରହିବ ବୋଲି ଇଣ୍ଡିଆନ ଲିମିଟେଡ଼ ପରିବାର ପକ୍ଷରୁ କହିଛନ୍ତି।

0
0
0
s2sdefault