ବଲାଙ୍ଗୀରରେ ଜୁଲାଇ ୨ରୁ “ଅରୁନ୍ଧତୀ ଜୁଏଲର୍ସ ”ର  ନୂତନ ଫ୍ଲାଗସିପ୍ ଗହଣା ସୋରୁମ ଶୁଭାରମ୍ଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସାମାଜିକ କ୍ଷେତ୍ରରେ ଉନ୍ନତି ପାଇଁ ଗଠିତ ହେଲା “ଅରୁନ୍ଧତୀ ଫାଉଣ୍ଡେସନ୍” 

ବଲାଙ୍ଗୀର(ନିରୋଜ ମିଶ୍ର) : ଓଡିଶାର ପ୍ରମୁଖ ସୁନା ଗହଣା ବ୍ରାଣ୍ଡ ଅରୁନ୍ଧତୀ କେଲର୍ସ ତରଫରୁ ଆସନ୍ତା ଜୁଲାଇ ମାସ ୨ ତାରିଖ ଶୁକ୍ରବାର ପୂର୍ବାହ୍ନ ଘ.୧୧.୩୦ ମି ଠାରୁ ବଲାଙ୍ଗୀର ଠାରେ ତା’ର ନୂତନ ଓ ଅତ୍ୟାଧୁନିକ ଫ୍ଲାଗସିପ୍ ଗହଣା ସୋରୁମ୍‌ର ଶୁଭରାମ୍ଭ କରିବାକୁ ଯାଉଅଛି । ଅରୁନ୍ଧତୀ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର ଅଜି ଏକ ପ୍ରେସ୍ ବାର୍ତ୍ତାରେ  ଏହି ସୂଚନା ଦେବା ସହ ପ୍ରକାଶ କରିଛନ୍ତି ଯେ ଅରୁନ୍ଧତୀର ସଫଳ ଯାତ୍ରା ୨୧ବର୍ଷ ପୂର୍ବରୁ ବଲାଙ୍ଗୀରର ପବିତ୍ର ମାଟିରୁ ଆରମ୍ଭ ହୋଇଥିଲା । ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ ଓ ଅରୁନ୍ଧତୀ ଉପରେ ଥିବା ପ୍ରଗାଢବିଶ୍ୱାସ କୁ ପାଥେୟ କରି ଅରୁନ୍ଧତୀ ଆଜି ସାରା ଓଡିଶାର ଏକ ପ୍ରତିଷ୍ଠିତ ଅଗ୍ରଣୀ ସୁନା ଗହଣା ବ୍ରାଣ୍ଡ ଭାବରେ ମାନ୍ୟତା ପାଇପାରିଛି । ଗତ ୨୧ବର୍ଷ ଧରି ସୁନା ଗହଣା ମାନରେ ଶୁଦ୍ଧତା, କାରୁକାର୍ଯ୍ୟ, ସଠିକ ବ୍ୟବସାୟୀକ ପଦକ୍ଷେପ ଓ ସଂପୂର୍ଣ୍ଣ ସ୍ୱଚ୍ଛତା ଓ ସାଧୁତା ଅବଲମ୍ବନ କରିବା ସହ ଗ୍ରାହକ ସେବାରେ ଆତ୍ମୀୟତାର ଭାବକୁ ଆଧାର କରି ଅରୁନ୍ଧତୀ ଆଜି ଓଡ଼ିଶାର ଜନମାନସଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ନେଇପାରିଛି  |  ପ୍ରତିଟି ଘରର ଏକ ଅଂଶବିଶେଷ ହୋଇପାରିବା ସହ ବିଭିନ୍ନ ସମୟରେ ଜାତୀୟ ଓ ଅର୍ନ୍ତଜାତୀୟ ପୁରସ୍କାରରେ ପୁରସ୍କୃତ ହୋଇ ସମସ୍ତଙ୍କ ପାଇଁ ଗୌରବ ଆଣିପାରିଛି ।

ଅରୁନ୍ଧତୀର ନୂତନ ଓ ଅତ୍ୟାଧୁନିକ ଫ୍ଲାଗସିପ୍ ସୋରୁମ୍ ୫୦୦୦ ବର୍ଗଫୁଟ ପରିମିତ ଏବଂ ଏହା ମଧ୍ୟରେ ସର୍ବୋତ୍ତମ ଡିଜାଇନ୍ ଓ ସଂପୂର୍ଣ୍ଣ ହଲମାର୍କ  ଶୁଦ୍ଧତାଯୁକ୍ତ ସୁନା ଗହଣା, ହୀରା ଗହଣା, ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ରୂପା ଗହଣା ଓ କଳାକୃତି, ପ୍ରିମିୟମ ବ୍ରାଣ୍ଡ ହାତଘଣ୍ଟାର ସମ୍ଭାର ରଖାଯିବା ସହ ଅରୁନ୍ଧତୀ ଜୁଏଲର୍ସ ତରଫରୁ ରାଜ୍ୟର ସର୍ବ ପ୍ରଥମ ଗହଣା ବ୍ରାଣ୍ଡ ଭାବରେ ଏକ ନିଆରା ଗ୍ରାହାକ ସେବା' 5 STAR PROMISE 'ର ଶୁଭାରାମ୍ଭ କରାଯାଉଅଛି ।

ଏହି ନୂତନ ସୋରୁମ୍ ଶୁଭାରମ୍ଭ ଅବସରରେ ଆଗାମୀ ରଥ ଯାତ୍ରା ପର୍ଯ୍ୟନ୍ତ ଅରୁନ୍ଧତୀ ଜୁଏଲର୍ସ ତରଫରୁ ଅର୍କଷଣୀୟ ଅଫର ଯଥା ରେଗୁଲାର ହଲମାର୍କ ସୁନା ଗହଣା ଉପରେ ଫ୍ଲାଟ୍ ୩୯୯ ଗଢା ମଜୁରୀ ଓ ପ୍ରତ୍ୟେକ  କ୍ରୟରେ ଆକର୍ଷଣୀୟ ଉପହାର ରଖାଯାଇଅଛି ।

ଏହି ବିଶେଷ ମୁହୂର୍ତ୍ତକୁ ଅବିସ୍ମରଣୀୟ କରିବା ପାଇଁ ଅରୁନ୍ଧତୀ ଗ୍ରୁପ ତରଫରୁ “ଅରୁନ୍ଧତୀ ଫାଉଣ୍ଡେସନ୍” ର ଘୋଷଣା କରାଯାଇଛି |“ଅରୁନ୍ଧତୀ ଫାଉଣ୍ଡେସନ୍” ମାଧ୍ୟମରେ ଆଗାମୀ ଦିନରେ ସମାଜର ବିଭିନ୍ନ ଶ୍ରେଣୀର ଲୋକମାନଙ୍କୁ ବିଭିନ୍ନ ନିଶୁଲ୍କ  ସେବା ଯୋଗାଇଦେବା ସହ ସମାଜର ବିଭିନ୍ନ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ମାନଙ୍କରେ ପ୍ରମୁଖ ସହଭାଗିତା ଗ୍ରହଣ କରିବ ବୋଲି ସୂଚନା ଦିଆଯାଇଛି । 

0
0
0
s2sdefault