ଜନସାଧାରଣ ସେବାରେ ସମର୍ପିତ ହେଲା ଚାରି ନୂଆ ଆରଆଇ ଅଫିସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବରଗଡ :- ରାଜସ୍ବ ବିଭାଗର ସମସ୍ତ କାର୍ଯ୍ୟ  ଯେମିତି ଲୋକେ ନିଜର ପାଖରେ ପାଇ ପାରିବେ ସେଥିପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଏହିକ୍ରମରେ ଆଜି ସୋହେଲା ତହସିଲ ଅଫିସ ଅନ୍ତର୍ଗତ ସାଲେପାଲି,ଛୁରିଆପାଲି,ସର୍କଣ୍ଡା ଓ ଲେବିଡି ପଂଚାୟତ ହେଡକ୍ୱାର୍ଟରରେ ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦ୍ଘାଟନ କରାଯାଇଛି । ଛୁରିଆପାଲି  ଆରଆଇ ସର୍କଲରେ ଛୁରିଆପାଲି ପଂଚାୟତର ୭ ଗୋଟି ଗ୍ରାମ,ପେଟୁପାଲି ପଂଚାୟତର ୨ ଗୋଟି ଗ୍ରାମ  ଓ ଟୁଙ୍ଗିବନ୍ଧଲି  ପଂଚାୟତର ୩ ଗୋଟି ଗ୍ରାମ ଅନ୍ତର୍ଭୁକ୍ତ ହୋଇଛି  । ସେହିପରି  ଗର୍ଭଣା ଆରଆଇ ସର୍କଲରେ ଗର୍ଭଣା ପଂଚାୟତର  ୪ ଗୋଟି ଗ୍ରାମ,କନଗାଁ ପଂଚାୟତର ୭ ଗୋଟି ଗ୍ରାମ ଓ ଲେବିଡି ପଂଚାୟତର ୩ ଗୋଟି ଗ୍ରାମ ରହିଛି । ସର୍କଣ୍ଡା ଆରଆଇ ସର୍କଲରେ ସର୍କଣ୍ଡା ପଂଚାୟତର ୨ ଗୋଟି ଗ୍ରାମ,ଜଟଲା ପଞ୍ଚାୟତର ୨ ଗୋଟି ଗ୍ରାମ,ଶ୍ରୀଗିଡା ପଞ୍ଚାୟତର ୩ ଗୋଟି ଗ୍ରାମ ଓ କରନଡୋଲା  ପଂଚାୟତର ୩ ଗୋଟି ଗ୍ରାମ ରହିଛି ।  ସାଲେପାଲି ଆରଆଇ ସର୍କଲରେ ସାଲେପାଲି ପଂଚାୟତର  ୫ ଗୋଟି ଗ୍ରାମ,ସନିମାଲ ପଂଚାୟତର  ୪ ଗୋଟି ଗ୍ରାମ,ବିଜାପାଲି ପଞ୍ଚାୟତର ୪ ଗୋଟି ଗ୍ରାମ ଏବଂ ବିରଜାମ ପଂଚାୟତର ୩  ଗୋଟି ଗ୍ରାମ ରହିଛି । ଏହି ନୂତନ ଆର ଆଇ ଅଫିସ ହେବା ଫଳରେ ଲୋକେ ସୁବିଧାରେ ସେବା ପାଇ ପାରିବେ । ଆଜି ରାଜ୍ୟ ସରକାରଙ୍କର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ସମସ୍ତ ଅର ଆଇ ଅଫିସର ଉଦ୍ଘାଟନ କରି ଏହି ଅଫିସ ସବୁକୁ ଜନସାଧାରଣ ଙ୍କର ସେବାରେ ସମର୍ପିତ କରିଥିଲେ । ଏହି କାର୍ଯ୍ୟକ୍ରମରେ  ଅନ୍ୟ ମାନଙ୍କର ମଧ୍ୟରେ ସୋହେଲା ତହସିଲଦାର ମାନସ ରଞ୍ଜନ ସ୍ୱାଇଁ,ବିଡିଓ ବିଶ୍ୱ ରଂଜନ କର, ସହକାରୀ ଯନ୍ତ୍ରୀ ନରେଶ କୁମାର ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା, ଜିଲ୍ଲା ପରିଷଦ ସଭ୍ୟ ସୁବ୍ରତ ବେହେରା ଓ ଦୟାନିଧି ପଟେଲ,ପୂର୍ବତନ ପଂଚାୟତ ସମିତି ଉପାଧକ୍ଷ ପ୍ରଫୁଲ୍ଲ ପଧାନ,ଗର୍ଭଣା ସରପଞ୍ଚ ଶ୍ରୀମତି କୁନ୍ତୀ ସାହୁ, ସମିତି ସଭ୍ୟ  ଶ୍ରୀମତୀ ସୁଷମା ସାହୁ, ଦିଲୀପ ସାହୁ, ନୀତିଶ ଆଚାର୍ଯ୍ୟ ଓ  ଗୋବିନ୍ଦ ସାହୁ, ଛୁରିଆ ପାଲି ସରପଞ୍ଚ ହରେକୃଷ୍ଣ ବାରିକ, ସମିତି ସଭ୍ୟ ରାଧାକାନ୍ତ ପ୍ରଧାନ, କାର୍ତ୍ତିକ ନାଗ, ପ୍ରଫୁଲ୍ଲ ପ୍ରଧାନ ଓ ମନ ବାରିକ ,ସାଲେପାଲି ସରପଞ୍ଚ ନଳିନୀ ଭୋଇ, ସମିତି ପ୍ରତିନିଧି ତେଜରାଜ ଭୋଇ, ପୂର୍ବତନ ସରପଂଚ ଚୈତନ୍ୟ ବେହେରା  ଏବଂ ଗୌନ୍ତିଆ ଦିବ୍ୟରାଜ ପାତ୍ର  ତଥା ସର୍କଣ୍ଡା ସରପଞ୍ଚ ହିଟଲର ମେହେର,ସମିତି ସଭ୍ୟ ମନରଞ୍ଜନ ଦାଶ ଲାଲ ମୋହନ ଅଗ୍ରୱାଲ, ପୁରନ୍ଦର ମେହେର ମଦନ ଭୁଏ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault