ହେଡଲାଇନସ୍:

ବିଦ୍ୟାର୍ଥୀ ମାନଙ୍କର ଗୁଣାତ୍ମକ ଶିକ୍ଷା ଅଭିବୃଦ୍ଧି କରିବା ପାଇଁ ଉତ୍କର୍ଷ କର୍ମଶାଳା ଆରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 à¬¬à¬¿à¬¦à­à­Ÿà¬¾à¬°à­à¬¥à­€ ମାନଙ୍କର ଗୁଣାତ୍ମକ ଶିକ୍ଷା ଅଭିବୃଦ୍ଧି କରିବା ପାଇଁ ଉତ୍କର୍ଷ କର୍ମଶାଳା ଆରମ୍ଭ

ବଲାଙ୍ଗିର(ନିରୋଜ ମିଶ୍ର )- ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ, ପି.ପି ଏକାଡେମୀ, ସରକାରୀ ବାଳିକା ବିଦ୍ୟାଳୟ, ରାମ ଗୋପାଲ ହିନ୍ଦୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଓଡିଶା ମାଧ୍ୟମିକ ଶିକ୍ଷା ମିଶନର ତତ୍ତ୍ୱାବଧାନରେ ତଥା ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ମିଶନର ନିର୍ଦ୍ଦେଶ କ୍ରମେ ନବମ ଶ୍ରେଣୀରେ ପଢୁଥିବା ବିଦ୍ୟାର୍ଥୀ ମାନଙ୍କର ଗୁଣାତ୍ମକ ଶିକ୍ଷା ଅଭିବୃଦ୍ଧି କରିବା ପାଇଁ ଉକ୍ରର୍ଷ କର୍ମର୍ର୍ର୍ର୍ର୍ର୍ର୍ଶାଳା ଜିଲ୍ଲା ଶିକ୍ଷା ଅଧିକାରୀ ସୁବୋଧ କୁମାର ଦାଶ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନାର ଦାୟିତ୍ୱ ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ନିଳମଣୀ ପଟେଲ ନିର୍ବାହ କରୁଛନ୍ତି । ଚାରୋଟି କେନ୍ଦ୍ରରେ ଓଡିଆରେ ବୃଷକେତୁ ସାହୁ, ଆଦିକନ୍ଦ ସାହୁ, କଣ୍ଡୁରୀ ଚରଣ ରାଉତ, ବ୍ରଜବନ୍ଧୁ ବେହେରା, କୃଷ୍ଣ ଚନ୍ଦ୍ର ନାଥ, ସୁଶୀଲ ତ୍ରିପାଠୀ, ବିଜ୍ଞାନରେ ଲୋକେଶ୍ୱର ପଧାନ, ସୁନୀଲ କୁମାର ପାତ୍ର, ଶିବ ପ୍ରସାଦ ତ୍ରିପାଠୀ, ସରୋଜ କୁମାର ନାୟକ, ଆନନ୍ଦ ବଡପଣ୍ଡା, ସନ୍ତୋଷ ମିଶ୍ର, ଇଂରାଜୀରେ ନବୀନ କିଶୋର ନନ୍ଦ, ହେମଚନ୍ଦ୍ର ସାମଲ, ଗୋବର୍ଦ୍ଧନ ଭୋଇ, ସୁବାଷ ଚନ୍ଦ୍ର ପଟେଲ, ଅଶୋକ କୁମାର ତ୍ରିପାଠୀ, ଲୋକନାଥ ସୁନା, ଗଣିତରେ ତରଣୀ ସେନ ପଟେଲ,ଉଦ୍ଧବ ପଟେଲ, ବାଳକୃଷ୍ଣ ମହାନନ୍ଦ, ସୁଧାଂଶୁ ମିଶ୍ର, ଚାଣ୍ଡାଲ ମିଶ୍ର, ଗଣପତି ସାହୁ ଜିଲ୍ଲା ସାଧନକର୍ମୀ ଭାବରେ ପ୍ରଶିକ୍ଷଣ ଦେଉଛନ୍ତି । ଜିଲ୍ଲାରୁ ମୋଟ ୨୦୦ଟି ସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଭାଗ ନେଉଛନ୍ତି । ପ୍ରକାଶ ଥାଉ କି ଗତ ୩ ଓ ୪ ତାରିଖରେ ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ସ୍ତରରେ ସଫଳ ରୂପାୟନ ନିମନ୍ତେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବୈଠକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ପି. ପି ଏକାଡେମୀ ଠାରେ ଅନୁଷ୍ଠିତ  ହୋଇଥିଲା । 

0
0
0
s2sdefault