କାଳବୈଶାଖିର ତାଣ୍ଡବ ରେ ଉଡିଲା ଛପର ଘର।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଲ୍ୟାଣସିଂହପୁର-//ପ୍ରଦୀପ ଦଳାଇ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତର  ବାଗଡଙ୍ଗର ଗାଁରେ କାଳବୈଶାଖିର ତାଣ୍ଡବରେ ୪ ପରିବାରଙ୍କ ଘରର ଛପର ଉଡି ଯାଇଥିବା ବେଳେ  କୁସୁବେଟି ଗାଁର ସିପିନା କୁଲସିକାଙ୍କ ଗୋଟିଏ ଘର ଉଡି ଥିବା ଦେଖିବାକୁ ମିଳିଛି ।

ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି କନ୍ଦ୍ରୀ ହୁଇକା,ରାମାରାଓ ହୁଇକା, ଗଙ୍ଗରାଓ ହୁଇକା,ଦାନୁ ହିକକାଙ୍କ ପରିବାର |ଗତକାଲି ଅପରାହ୍ନରେ ଘଡଘଡି ସହ ପବନ କୁଆପଥର ବର୍ଷା ହେବା ଯୋଗୁଁ  ଘର ର ଛପର ଉଡିଯାଇଥିଲା । ଯାହାଫଳରେ ଘରର ସମସ୍ତ ଚାଉଳ,ଖଦିପଟା, ଧାନ ଇତ୍ୟାଦି ଜିନିଷ, ଭିଜି ଯାଇଥିଲା । ଏହାକୁ ଗ୍ରାମର ଲୋକମାନେ ଦେଖି କିଛି ଜିନିଷ ବାହାର କରି ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ । ରାତିରେ  ଏହିପରିବାର ଲୋକେ ଅନ୍ୟଘରେ ଆଶ୍ରୟ ନେଇଥିଲେ । ଉକ୍ତ ଖବର ପାଇଁ ମାଝିଗୁଡା ରାଜସ୍ବ ନିରୀକ୍ଷକ ସନ୍ତୋଷ ପାଣିଗ୍ରାହୀ  ଘଟଣା ସ୍ଥଳକୁ ଯାଇ ଦେଖିବା ପରେ ଲୋକକୁ ପଲିଥିନ ଯୋଗାଇ ଦେଇ ଥିଲେ । ଏହାର ତଥ୍ୟ ସଂଗ୍ରହ କରି ତହସିଲଦାର ଦେବାଶିଷ କରଙ୍କୁ ଜଣାଇବି ବୋଲି କହିଛନ୍ତି । ଏହି ୫ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

0
0
0
s2sdefault