ବିଶ୍ୱ ଡାକ୍ତର ଦିବସ ଉପଲକ୍ଷେ ବରିଷ୍ଠ ଡାକ୍ତରଙ୍କୁ ସମ୍ମାନିତ କଲେ ମନ୍ତ୍ରୀ ସୁଶାନ୍ତ ସିଂ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ଜାତୀୟ ଡାକ୍ତର ଦିବସ । ଏହି ଅବସରରେ ଦେଶରେ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କୁ  ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଗ୍ରାମ୍ୟ ଓ ଉନ୍ନୟନ ତଥା ଶ୍ରମମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ।  ଅନେକ ଡାକ୍ତର ନିଜ ଚାକିରୀରୁ ଅବସର ନେଇଥିଲେ ମଧ୍ୟ ରୋଗୀ ସେବା କରିବାରୁ ଅବସର ନେଇ ନାହାଁନ୍ତି । ରୋଗୀଙ୍କ ସେବା କରିବା ଡାକ୍ତର ମାନଙ୍କର  ବ୍ରତ ପାଲଟିଛି । ସେହିପରି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ଡାକ୍ତର ଶିଶିର କୁମାର  ସାହୁ  । ବରଗଡ଼  ଅଂଚଳର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ । ବରଗଡ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଚାକିରୀ କରିବା ସହିତ ରୋଗୀ ସେବା କରି ଲୋକ ପ୍ରିୟତା ଅର୍ଜନ କରିଛନ୍ତି । ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ମୁଖ୍ୟ ଚିକିତ୍ସା ଅଧିକାରୀ ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି । ଏବେ ସେ ତାଙ୍କ ସୋହେଲା ବାସଭବନରେ ରହି  ରୋଗୀ ସେବା କରି ଆସୁଛନ୍ତି । ସମ୍ପ୍ରତି କରୋନା କାଳରେ ମଧ୍ୟ ରୋଗୀ ସେବା ଜାରି ରଖିଛନ୍ତି । ଅଞ୍ଚଳରେ ସେ ଗରିବ ଲୋକଙ୍କ ଡାକ୍ତର ଭାବରେ ପରିଚିତ । ଯେ କୋଣସି ରୋଗୀ ଯେଉଁ ପରିସ୍ଥିତିରେ, ଯେତେବେଳେ ତାଙ୍କର ପାଖରେ ପହଁଚିଲେ ଡାକ୍ତର ସାହୁ ଚିକିତ୍ସା କରିଥାନ୍ତି । ଆଜି ପର୍ଯନ୍ତ କାହାରି ପାଖରୁ ସେ କୌଣସି ଫିସ ଦାବି କରନ୍ତି ନାହିଁ । ଯିଏ ଯାହା ଦେଲା ତାହା ଖୁସିରେ ଗ୍ରହଣ କରନ୍ତି ।  ଆଜି ଜାତୀୟ ଡାକ୍ତର ଦିବସ ଅବସରରେ ଅଂଚଳବାସୀଙ୍କ ତରଫରୁ  ଡାକ୍ତର ସାହୁଙ୍କୁ  ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ବିଶ୍ୱ ଡାକ୍ତର ଦିବସ ଅବସରରେ ଡାକ୍ତର ସାହୁଙ୍କୁ ସ୍ଥାନୀୟ  ଜନସାଧାରଣ ଙ୍କର ତରଫରୁ ସମର୍ଦ୍ଧିତ  କରି ମୁଁ ବହୁତ ଖୁସୀ ଅନୁଭବ କରୁଛି । ତାଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି ବୋଲି ମନ୍ତ୍ରୀ କହିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଶ୍ରୀ  ଜୀବର୍ଦ୍ଧନ ବରିହା, ଶ୍ରୀ ନଥୁରାମ ଅଗ୍ରୱାଲ, ଶ୍ରୀ ବଲବୀର ସିଂ ଠାକୁର,ଶ୍ରୀ ଗଣତନ୍ତ୍ର ପଧାନ,ଶ୍ରୀ ଗୋବିନ୍ଦ ସାହୁ,ଶ୍ରୀ ନୀତିଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault