ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ " ସିସିଡି" ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ବୁଧବାର ଦିନ ୧୦୦ ଗୋଟି ଅକ୍ସି-ଫ୍ଲୋ ମିଟର ଦାନ କରାଯାଇଛି ।
ବେଙ୍ଗାଲୋର ସ୍ଥିତ "ୟୁନାଇଟେଡ଼-ୱେ" ଅନୁଦାନ ସଂସ୍ଥା ପକ୍ଷରୁ ଦିଆଯାଇଥିବା ଏହି ୧୦୦ ଗୋଟି ଅକ୍ସି-ଫ୍ଲୋ ମିଟର ସବୁ ଗଜପତି ଜିଲ୍ଲାରେ ସକ୍ରିୟ ଭାବେ କାର୍ଯ୍ୟରତ ତଥା "ୟୁନାଇଟେଡ଼--ୱେ"ର ଅଂଶୀଦାର ଅନୁଷ୍ଠାନ "ସିସିଡି" ସହଯୋଗରେ ଏହି ଦାନ ଦିଆଯାଇଛି ।
ଗତ ୨୬-୬-୨୦୨୧ ଦିନ ପୂର୍ବେ ଏହିଭଳି ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ୧୦୦ ଗୋଟି ଜୁମ୍ବୋ ମେଡିକାଲ ଅକ୍ସିଜେନ ସିଲିଣ୍ଡର ଦାନ କରାଯାଇଥିଲା ।
ଏ ସବୁ ୧୦୦ ଗୋଟି ଅକ୍ସି-ଫ୍ଲୋ ମିଟର ମୁଖ୍ୟ ଚିକିତ୍ସାଳୟର ଭାରପ୍ରାପ୍ତ ଷ୍ଟୋର ଫାର୍ମାସିଷ୍ଟ ଶ୍ରୀମତୀ କେଭି . ସରସ୍ୱତୀଙ୍କୁ ସିସିଡି ଅନୁଷ୍ଠାନ ମୁଖ୍ୟ ଶ୍ରୀ ଏ . ଜଗନ୍ନାଥ ରାଜୁ ହସ୍ତାନ୍ତର କରିଥିଲେ ।
ମୁଖ୍ୟତଃ ଏସବୁ ଦାନ କରାଯାଇଥିବା ୧୦୦ ଗୋଟି ଅକ୍ସି-ଫ୍ଲୋ ମିଟର ଗଜପତି ଜିଲ୍ଲାରେ ଦେଖା ଦେଇଥିବା କୋଭିଡ୍ ମହାମାରିକୁ ସଫଳ ମୁକାବିଲା କରାଯିବା ଦିଗରେ ବେଶ ସହାୟକ ହୋଇ ପାରିବ ବୋଲି କୁହାଯାଇଛି ।