ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ରେଢ଼ାଖୋଲ ଭୀମଭୋଇ ମହାବିଦ୍ୟାଳୟରେ ବୁଧବାର ଦିନ ପ୍ରାଧ୍ୟାପକ ଶ୍ରୀ ଅକ୍ଷୟ କୁମାର କରଙ୍କ ଆବାହନକ୍ରମେ ଏକ ଅବସର କାଳୀନ ବିଦାୟ ସଭା ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର ବାଳାଦିତ୍ୟ ବିକାଶ ଶ୍ରୀଚନ୍ଦନ ସିଂହ ଏବଂ ସଂସ୍କୃତ ବିଭାଗର ମୁଖ୍ୟ ଡକ୍ଟର ଦୁଃଶାସନ ବିଶ୍ବାଳଙ୍କୁ ମିଳିତ ଭାବେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି । ଏହି ସଭାରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇ ସେମାନଙ୍କର ଅବସର ଜୀବନର ମଙ୍ଗଳ କାମନା କରିଥିଲେ। ଡକ୍ଟର ସିଂହ ଜଣେ ଅଧ୍ୟାପକ ଭାବରେ ଛାତ୍ର-ଛାତ୍ରୀଙ୍କ ପ୍ରିୟ ଭାଜନ ହେବା ସହିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ମଧ୍ୟ ସଫଳତାର ସହିତ କାର୍ଯ୍ୟ ତୁଲାଇଛନ୍ତି । ସେହିପରି ଡକ୍ଟର ବିଶ୍ବାଳ ମଧ୍ୟ ଜଣେ ମେଳାପୀ ଓ ଛାତ୍ର ବତ୍ସଳ ଅଧ୍ୟାପକ ଥଲେ । ସେମାନଙ୍କର କାର୍ଯ୍ୟ ଶୈଳୀ ଏବଂ ମହତ ଗୁଣ ପାଇଁ ମହାବିଦ୍ୟାଳୟ ସର୍ବଦା ମନେରଖିବ। ମାତ୍ର ସେମାନଙ୍କର ଅବସର ଗ୍ରହଣ ପରେ ମହାବିଦ୍ୟାଳୟର ଉଭୟ 'ଓଡ଼ିଆ ଓ ସଂସ୍କୃତ' ବିଭାଗରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହେଲା ,ତହିଁର ପ୍ରଭାବ ଛାତ୍ର ଛାତ୍ରୀଙ୍କ ଉପରେ ନିଶ୍ଚିତ ପଡ଼ିବ । ସେଥିପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକତା ରହିଛି ।
ରାଜ୍ୟ
ଭୀମଭୋଇ କଲେଜରେ ଦୁଇ ଅଧ୍ୟାପକଙ୍କୁ ଅବସର ସମ୍ବର୍ଦ୍ଧନା
- Hits: 691